ପୁରୀ: ନୀଳଚକ୍ର ଛୋଟ ବାନାରେ ଲାଗିଲା ନିଆଁ, ମନ୍ଦିର ପରିସରରେ ପଡିଲା ନିଆଁ ଝୁଲ

Odisha Hot News
1 Min Read

ପୁରୀ : ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା।  ନୀଳଚକ୍ର ଛୋଟ ବାନାରେ ଲାଗିଲା ନିଆଁ। ରାତି ୮ଟା ସମୟରେ ନିଆଁ ଲାଗିଥିବାର  ମିଳିଛି ସୂଚନା। ଆଜି ଯେହେତୁ ପାପମୋଚନ ଏକାଦଶୀ ଥିଲା ଏଥିପାଇଁ ଶ୍ରୀମନ୍ଦିର ଚୂଡ଼ାରେ ମହାଦୀପ ଲଗାଯାଇଥିଲା। ତେଣୁ ଛୋଟ ବାନା କୌଣସି ପ୍ରକାରେ ଦୀପ ନିଆଁ ସଂସ୍ପର୍ଷରେ ଆସିଥିବାରୁ ସେଥିରେ ନିଆଁ ଲାଗିଯାଇଥିଲା। ଏହି ନିଆଁର ସ୍ପର୍ଷରେ ଛୋଟ ବାନାର ଅଧା ଅଂଶ ଜଳିଯାଇଥିବାର ଜଣାପଡିଛି। ଏହି ନିଆଁ ଲାଗିବା ପରେ କିଛି  ନିଆଁ ଆସି ଶ୍ରୀମନ୍ଦିର ପରିସରରେ ପଡିଥିବାର ଜଣା ପଡିଛି। ଶ୍ରୀମନ୍ଦିରରେ ଏହି ବଡ଼ ଅଘଟଣ ଭକ୍ତଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଏହାକୁ ନେଇ କେହି ଗୁଜବ ନକରିବାକୁ ଅପିଲ କରାଯାଇଛି।

Share This Article
13 Comments