ଏସସିବିରୁ ଚମ୍ପଟ୍‌ ମାରିଲେ କରୋନା ସନ୍ଦିଗ୍ଧ

Odisha Hot News
1 Min Read

କଟକ : କରୋନାକୁ ନେଇ ରାଚିଆଡେ ଭୟର ମାହୋଲ। ଏଭଳି ସ୍ଥଳେ କଟକ ଏସ୍‌ସିବି ମେଡିକାଲର କରୋନା ୱାର୍ଡରୁ ଜଣେ ସନ୍ଦିଗ୍ଧ ଗୁରୁବାର ରାତିରୁ ଚମ୍ପଟ ମାରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଆୟରଲାଣ୍ଡର ନାଗରିକ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଏହି ଯୁବକ ଭୁବନେଶ୍ବର ବିମାନବନ୍ଦରରେ ଓହ୍ଲାଇଥିଲେ। ବିମାନବନ୍ଦରରେ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ତାଙ୍କ ଶରୀରର ତାପମାତ୍ରା ଅଧିକ ରହିଥିଲା। ଏଣୁ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତାଙ୍କୁ କଟକ ଏସ୍‌ସିବିର କରୋନା ୱାର୍ଡକୁ ଅଣାଯାଇଥିଲା। କିନ୍ତୁ କିଛି ସମୟ ପରେ ସେ ସେଠାରୁ ଚମ୍ପଟ ମାରିଥିଲେ। ଏ ନେଇ କର୍ତ୍ତୃପକ୍ଷ ଜାଣିବା ପରେ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ଶୁକ୍ରବାର ସମ୍ପୃକ୍ତ ଯୁବକଙ୍କୁ ଖୋଜାଖୋଜି ପାଇଁ ପ୍ରୟାସ ଚାଲିଥିବା ସୂଚନା ମିଳିଛି।

Share This Article
Leave a Comment