ଭୁବନେଶ୍ୱର: ଏଣିକି ଆଉ ମନୋରଞ୍ଜନ କାର୍ଯ୍ୟକ୍ରମରେ ଜୀବଜନ୍ତୁଙ୍କୁ ବ୍ୟବହାର କରାଯିବ ନାହିଁ । ଯେମିତି କି ସର୍କସ, ପ୍ରଦର୍ଶନୀ ଏବଂ ବିଭିନ୍ନ ମୋବାଇଲ ମନୋରଂଜନ କାର୍ୟ୍ୟକ୍ରମରେ ଜୀବଜନ୍ତୁ ବ୍ୟବହାର ହୋଇପାରିବେ ନାହିଁ । ଏହି ପ୍ରତିବନ୍ଧକ ଲଗାଇବାର ପ୍ରସ୍ତାବ ଦେଲା କେନ୍ଦ୍ର । ସେପଟେ ଏହାକୁ ପଶୁ ଅଧିକାର କର୍ମୀଙ୍କ ଦ୍ୱାରା ସ୍ୱାଗତ କରାଯାଇଛି । ଭାରତୀୟ ସର୍କସରେ ଜୀବଜନ୍ତୁଙ୍କ ବ୍ୟବହାର ବନ୍ଦ କରାଇବାକୁ କେନ୍ଦ୍ର ସରକାର ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି।
ଅନ୍ୟପଟେ ୨୦୧୧ ଆଇନ୍ ଅନୁସାରେ, ସର୍କସରୁ ବୃହଦକାୟ ଶ୍ରେଣୀୟ ଜୀବ ବାଘ, ସିଂହ, କଳାବାଘ, ଏବଂ ମାଙ୍କଡ଼, ଭାଲୁ ଓ ଷଣ୍ଢ ଆଦିଙ୍କ ଖେଳ ନିଷିଦ୍ଧ ହୋଇ ସାରିଛି। ଏବେ ସର୍କସରେ ଆଉ ଘୋଡ଼ା, ଜଳହସ୍ତୀ, ହାତୀ ବିଦେଶୀ ଶୁକପକ୍ଷୀ ଓ କୁକୁର ମଧ୍ୟ ଖେଳ ଦେଖାଇବେ ନାହିଁ।
ସୂଚନା ମୁତାବକ, ପ୍ରାଣୀ ଅଧିକାର କର୍ମୀମାନେ ଦୀର୍ଘ ଦିନ ହେବ ଏହାର ଉଚ୍ଛେଦ ଦାବି କରି ଆସୁଥିଲେ । ତେବେ ସେମାନମଙ୍କର ଦାବି ଥିଲା କି ସର୍କସର ଜନ୍ତୁମାନଙ୍କୁ ଛୋଟିଆ ସ୍ଥାନରେ ବନ୍ଦ କରି ରଖିବା ଏବଂ ସେମାନଙ୍କୁ କଷ୍ଟ ଦେଉଥିବା ଭଳି ତାଲିମ୍ ଓ ଖେଳ ଦେଖାଇବାକୁ ବାଧ୍ୟ କରାଯାଉଥିବାରୁ ଏହାକୁ ରୋକାଯାଉ। ଅନ୍ୟପଟେ ଚିଠା ଅବସ୍ଥାରେ ଥିବା ନୂଆ ଆଇନ୍ ‘ପରଫରମିଙ୍ଗ୍ ଆନିମଲସ୍ (ରେଜିଷ୍ଟ୍ରେସନ୍) ଆମେଣ୍ଡମେଣ୍ଟ୍ ରୁଲସ୍, ୨୦୧୮ ଅନୁସାରେ, କୌଣସି ପ୍ରକାର ଖେଳ ଦେଖାଇବାକୁ ବା ପ୍ରଦର୍ଶନ କରାଯିବାକୁ କୌଣସି ସର୍କସ୍ କିଂବା ଭ୍ରାମ୍ୟମାଣ ମନୋରଞ୍ଜନ କାର୍ୟ୍ୟକ୍ରମରେ ଜୀବଜନ୍ତୁଙ୍କୁ ବ୍ୟବହାର କରାଯାଇପାରିବ ନାହିଁ।
ସର୍କସ, ପ୍ରଦର୍ଶନୀ ,ମନୋରଂଜନ କାର୍ଯ୍ୟକ୍ରମରେ ଜୀବଜନ୍ତୁ ବ୍ୟବହାର କରାଯିବ ନାହିଁ, ପ୍ରତିବନ୍ଧକ ଲଗାଇବାର ପ୍ରସ୍ତାବ ଦେଲା କେନ୍ଦ୍ର !
1 Comment
1 Comment

I paay a quick visit daaily soe sites andd websitees too read articles, except tthis wewblog provides
qualty basrd writing. xnxx