ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହୋଇଥିବା ଦଙ୍ଗା ସମୟରେ ପୋଲିସ ଉପରକୁ ବନ୍ଧୁକ ଉଠାଇଥିବା ଅଭିଯୋଗରେ ମଙ୍ଗଳବାର ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୋଲିସ ଶାହାରୁଖଙ୍କୁ ଗିରଫ କରିଛି। ଉତ୍ତର ପ୍ରଦେଶରୁ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ନାଲି ରଙ୍ଗର ଟି-ଶାର୍ଟ ପିନ୍ଧିଥିବା ଯୁବକ ଶାହାରୁଖ ପେବୃୟାରୀ ୨୪ରେ ଉତ୍ତର-ପୂର୍ବ ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ସମୟରେ ଖୋଲାଖୋଲି ଭାବେ ହେଡ୍ କନ୍ଷ୍ଟେବଳ ଦୀପକ ଦହିୟାଙ୍କ ଉପରକୁ ବନ୍ଧୁକ ଉଠାଇଥିଲେ। ଆଉ ଏହାପରଠାରୁ ସେ ଫେରାର ହୋଇଯାଇଥିଲେ। ସେବେଠାରୁ ପୋଲିସ ତାଙ୍କୁ ଖୋଜୁଥବା ବେଳେ ମଙ୍ଗଳବାର ଗିରଫ କରିବାକୁ ସକ୍ଷମ ହୋଇଛି। ସୂଚନାଯୋଗ୍ୟ, ଦିଲ୍ଲୀରେ ଉପୁଜିଥିବା ଦଙ୍ଗାରେ ଏପର୍ଯ୍ୟନ୍ତ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଡ୍ରେନ୍ରୁ ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।
ଦିଲ୍ଲୀ ଦଙ୍ଗା: ଗିରଫ ହେଲେ ଶାହାରୁଖ
You Might Also Like
Leave a Comment
Leave a Comment
- Advertisement -
