ଭୁବନେଶ୍ୱର :ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ପ୍ରତିବର୍ଷ ଭଳି ଚଳିତବର୍ଷ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଅହରାତ୍ର ଭଜନ ସମାରୋହ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଜାତୀୟ ସ୍ତରୀୟ କଳାକାରଙ୍କ ସହ ରାଜ୍ୟର ୨୫ରୁ ଊର୍ଦ୍ଧ୍ୱ ଖ୍ୟାତନାମା କଳାକାର ଭଜନ ପରିବେଶଣ କରିବେ। ଭୋର ୪ଟା ରୁ ଶଙ୍ଖଧ୍ୱନୀ, ବେଦପାଠ, ଶିବ ସହସ୍ରନାମ, ଭାଗବତଗୀତା ପାଠ, ଶିବ ଚେତନା, ହରିହରି ଭଜନ, ରାମଚରିତ୍ର ମାନସ ପରାୟଣ ପ୍ରବଚନ ପରେ ସନ୍ଧ୍ୟା ୭ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟ ସ୍ତରୀୟ ଭଜନ ପରିବେଶଣ ହେବ। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରକାଶନୀର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ଚଳିତବର୍ଷ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଏକାମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୋମବାର ଲିଙ୍ଗରାଜ ନିୟୁ ମାର୍କେଟ କମ୍ଲେକ୍ସ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ବିଏମ୍ସି କମିଶନର ପ୍ରେମଚାନ୍ଦ ଚୌଧାରୀ, ପୂର୍ତ୍ତ ବିଭାଗର କିଶନ କୁମାର, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଶିଷ୍ଟ ସଙ୍ଗୀତଜ୍ଞ ବାପି ଲାହାରି, ଅନୁରାଧା ପଡଓ୍ବାଲଙ୍କ ସମେତ ୧୦ଜଣଙ୍କୁ ମଧ୍ୟ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର କହିଛନ୍ତି। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗୀତଜ୍ଞ ମନ୍ମଥ ମିଶ୍ର, ବିଶ୍ୱନାଥ ମହାପାତ୍ର, ରତିକାନ୍ତ ମହାସୁଆର ପ୍ରମୁଖ ଉପସ୍ଥିତ ଥିଲେ।
୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଏକାମ୍ରଶ୍ରୀ ସମ୍ମାନ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- ErnestLab on ୭୪ ବର୍ଷରେ ପାଦ ଦେଲେ ନବୀନ
- aviator_ucSn on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- CharlesOvAts on London Spitfire punches ticket to Overwatch League finals
- mostbet_ocSi on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- mostbet_suOt on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
