ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ସୋମବାର ସକାଳୁ ୫-ଟି ସଚିବ ଭି. କେ. ପାଣ୍ଡିଆନ୍ ପହଞ୍ଚିଥିଲେ। ପାଣ୍ଡିଆନ୍ଙ୍କ ଅଚାନକ ଗସ୍ତ ସମ୍ପର୍କରେ ଓୟୁଏଟି କର୍ତ୍ତୃପକ୍ଷଙ୍କ ପାଖରେ ପୂର୍ବ ସୂଚନା ନ ଥିବାରୁ ସେ ହଡ଼ବଡ଼େଇ ଯାଇଥିଲେ। କିଛି ସମୟ ପରେ ଅଧିକାରୀମାନେ ସେଠାରେ ପହଞ୍ଚି ଯାଇଥିଲେ। ପାଣ୍ଡିଆନ୍ କୃଷି ମହାବିଦ୍ୟାଳୟ, ବେସିକ୍ ସାଇନ୍ସ କଲେଜ, ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗ, ଲାବରେଟୋରି, ଖେଳପଡ଼ିଆ ସମେତ ଛାତ୍ରୀଛାତ୍ରଙ୍କ ହଷ୍ଟେଲ୍ ବୁଲି ଦେଖିଥିଲେ ଏବଂ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଓୟୁଏଟି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଏବଂ ଏହାର ବିକାଶ କରିବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସମ୍ପୃକ୍ତ ଅଧିକାରୀ ଏବଂ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ସକାଳୁ ସକାଳୁ ପାଣ୍ଡିଆନ୍ଙ୍କ ଗସ୍ତ କ୍ୟାମ୍ପସରେ ଚର୍ଚ୍ଚାର ବିଷୟ ହୋଇଥିଲା। ଭିତ୍ତିଭୂମି ବିକାଶ ଲାଗି ରାଜ୍ୟ ସରକାର ଏକ ବଡ଼ ପ୍ୟାକେଜ୍ ଘୋଷଣା କରିବେ ବୋଲି ସେମାନେ ଏବେ ଆଶା କଲେଣି। ହଷ୍ଟେଲ ଭିତ୍ତିଭୂମିକୁ ଅଧିକ ପ୍ରାଥମିକତା ଦେବାକୁ ସେମାନେ ପାଣ୍ଡିଆନ୍ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଛାତ୍ରୀଛାତ୍ରଙ୍କ ମହଲରୁ ସୂଚନା ମିଳିଛି। ଗସ୍ତ ସମୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପବନ କୁମାର ଅଗ୍ରଓ୍ବାଲ, ବେସିକ୍ ସାଇନ୍ସ କଲେଜ ନିର୍ଦ୍ଦେଶକ ବିକାଶଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
୫-ଟି ସଚିବଙ୍କ ଓୟୁଏଟି ଗସ୍ତ
Leave a Comment
Leave a Comment
- Advertisement -
Stay Connected
Comment
- CharlesWah on ବିବାଦ ପରେ ମଧ୍ୟ ସଂଶୋଧିତ ହୋଲ୍ଡିଂ ଟିକସ ଆଦାୟ କରିବ ବିଏମ୍ସି
- PorterBup on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
- DavidVes on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- EdwardNug on ପୁଣି ୬ କୋଲକାତା ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ
- mostbet_bcen on Architecture beach blue chairs
