‌ଜେଲ୍‌ ଗଲେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ ,ଲକ୍ଷେ ଟଙ୍କା ଲାଞ୍ଚ ନେଇ ହୋଇଥିଲେ ଗିରଫ

Odisha Hot News
1 Min Read

ଭୁବନେଶ୍ବର : ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍‌ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିବା ଆଇଏଏସ୍‌ ଅଫିସର ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ରବିବାର ଜେଲ୍‌ ପଠାଯାଇଛି। ନିଲମ୍ବିତ ଆଇଏଏସ୍ ବିଜୟ କେତନଙ୍କ ଜାମିନ ଆବେଦନକୁ ଖାରଜ କରି ‌ଅଦାଲତ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ସୋମବାର ରାଜ୍ୟ ସରକାରଙ୍କ ଉଦ୍ୟାନ ବିିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜଣେ ବ୍ୟକ୍ତିଙ୍କଠାରୁ ବିଲ୍‌ ପାସ୍‌ କରାଇବା ଲାଗି ସେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ଆଇଏଏସ୍‌ ଉପାଧ୍ୟାୟଙ୍କୁ ଧରି ପକାଇଥିଲେ।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରୀତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିଜୟ କେତନଙ୍କୁ ଧରିବାର ପ୍ରାୟ ୧୦ ଦିନ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।

Share This Article
Leave a Comment