ରାୟଗଡା : ଏକ ସଡ଼କ ଦୁର୍ଘଟଣାରେ ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ରାମନାଗୁଡ଼ା ବ୍ଲକର ତାଣ୍ଡିକଣା ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି। ଅଧ୍ୟକ୍ଷ ରାୟଗଡାରୁ ଗୁଣୁପୁର ଫେରୁଥିବା ସମୟରେ ତାଣ୍ଡିକଣା ଛକ ପର୍ଯ୍ୟନ୍ତ ନିଜ ଇନୋଭାରେ ଯାଉଥିଲେ। ଏହାପରେ ଉକ୍ତ ଛକରୁ ନିଜ ବାଇକରେ ରାମନାଗୁଡା ଅଭିମୁଖେ ଯାଉଥିବାବେଳେ ହଠାତ୍ ନିଜର ଭାରସାମ୍ୟ ହରାଇ ଗାଡିରୁ ତଳେ ପଡି ତାଙ୍କର ମୃତ୍ୟୁ ଘଟିଛି l ଏହାପରେ ପ୍ରଥମେ ତାଙ୍କୁ ରାମନାଗୁଡା ଓ ପରେ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ପୁରୁଷୋତ୍ତମ ଗମାଙ୍ଗ ମୃତ୍ୟୁରେ ରାୟଗଡାରେ ଶୋକର ଛାୟା ଖେଳି ଯାଇଛି l
ସଡ଼କ ଦୁର୍ଘଟଣାରେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ
You Might Also Like
Leave a Comment
Leave a Comment
- Advertisement -
