ଭୁବନେଶ୍ୱର : ବାରବାଟୀ ଷ୍ଟାଡିୟମରେ ବିରାଟ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଓଡ଼ିଶା ଛାଡିଛି। କଡା ସୁରକ୍ଷା ମଧ୍ୟରେ ହୋଟେଲ ମେ ଫେୟାରରୁ ଖେଳାଳିଙ୍କୁ ଭୁବନେଶ୍ୱର ବିମାନବନ୍ଦରକୁ ନିଆଯାଇଥିଲା। ନିଜ ପ୍ରିୟ ଖେଳାଳିଙ୍କ ଝଲକ ଟିକେ ପାଇବା ପାଇଁ ହୋଟେଲ ସାମ୍ନାରୁ ଆରମ୍ଭ କରି ବିମାନବନ୍ଦର ପର୍ଯ୍ୟନ୍ତ ରାସ୍ତାକଡରେ ପ୍ରଶଂସକଙ୍କ ଭିଡ ଜମିଥିଲା। ସେହିପରି ଭ୍ରମଣକାରୀ ଦଳ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳିମାନେ ଅପରାହ୍ନରେ ଓଡ଼ିଶା ଛାଡିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମ ଟିମ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ସହ ଭାରତ ସିରିଜ ବିଜୟୀ ହୋଇଛି। ଓପନିଂ ଯୋଡ଼ିରେ ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଶତକୀୟ ଭାଗୀଦାରି ଏବଂ ପରେ ଅଧିନାୟକ ବିରାଟ କୋହଲିଙ୍କ ଇନିଂସ ବଳରେ ଭାରତ ଚଳିତ ସିରିଜର ନିର୍ଣ୍ଣାୟକ ଦିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିଥିଲା।
ଓଡ଼ିଶା ଛାଡିଲେ ଭାରତୀୟ ଦଳ
Leave a Comment
Leave a Comment
- Advertisement -
Stay Connected
Comment
- Vivod iz zapoya na domy_wiKt on ଘରୁ ଉଦ୍ଧାର ହେଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ !
- aviator_lgpi on କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !
- aviator_agpi on ପ୍ରଶାସନିକସ୍ତରରେ ଅଦଳବଦଳ
- aviator_unpi on କାଲି ଭକ୍ତଙ୍କୁ ଗୁଳିକରି ମାରିଦେଲେ, ଆଜି ତଣ୍ଟି କାଟିଦେଲେ !
- aviator_bspi on ୧୫ ଦିନ ପାଇଁ ବଢ଼ିଲା ସର୍ବକ୍ଷମା ଅବଧି
