ଭୁବନେଶ୍ୱର : ଭାରତୀୟ କ୍ରିକେଟ୍ ଦଳ କଟକସ୍ଥିତ ବାରବାଟୀରେ ହେଉଥିବା ଦିନିକିଆରେ ବିଜୟୀ ହୋଇଛି। ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚମତ୍କାର ବିଜୟ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା। ଦଳଗତ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ୨-୧ରେ ଇଣ୍ଡିଜ୍କୁ ପରାସ୍ତ କରିପାରିଥିବାରୁ ଭାରତୀୟ ଦଳକୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ପୂର୍ବତନ କ୍ରିକେଟ ତାରକା ବୀରେନ୍ଦ୍ର ସେହ୍ବାଗ୍, ସଞ୍ଜୟ ମଞ୍ଜରେକର, ଇର୍ଫାନ ପଠାନ୍, ହରଭଜନ ସିଂ, ଆକାଶ ଚୋପ୍ରା ପ୍ରମୁଖ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- DavionSoild on ୪୦ ଡିଗ୍ରି ଉପରେ ୯ ସହର
- RickGak on ଭାଗ ନଛିଡ଼ିବରୁ ପିଟା ପିଟି !
- Grantzew on ୪୦ ଡିଗ୍ରି ଉପରେ ୯ ସହର
- MaxPauch on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- EmanuelTHYMN on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
