ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ରୁ ଅଧିକ ଘର ପୋଡ଼ି ପାଉଁଶ ହୋଇ ଯାଇଛି। .ଆଜି ସକାଳେ ଗାଁର ନୂଆଁ ସାହିରେ କୌଣସି କାରଣ ବଶତଃ ଏକ ଘରେ ନିଆଁ ଲାଗି ଯାଇଥିଲା। ଏହାପରେ ନିଆଁ ବ୍ୟାପୀ ଯାଇ ୩୦ରୁ ଅଧିକ ଘର ପୋଡ଼ି ଛାରଖାର ହୋଇଯାଇଛି। ଅଧିକାଂଶ ଘର ଚାଳ ଛପର ହୋଇଥିବାକୁ ନିଆଁ ଅତିଶୀଘ୍ର ବ୍ୟାପୀ ଯାଇଥିଲା। ନିଆଁ ଲିଭାଇବା ଲାଗି ଲୋକେ ସମୟ ପାଇ ନଥିଲେ। ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲେ।ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ନିଆଁରେ ପୋଡ଼ିଯାଇଥିବା ସମ୍ପତ୍ତିର ମଧ୍ୟ ଆକଳନ ହୋଇପାରିନାହିଁ।
ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ୩୦ରୁ ଅଧିକ ଘର ପୋଡ଼ି ପାଉଁଶ
Leave a Comment
Leave a Comment
- Advertisement -
Stay Connected
Comment
- Ginoperee on କଂଗ୍ରେସର ପରିବର୍ତ୍ତନ ସମାବେଶରେ ରାହୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସିଧା ଟାର୍ଗେଟ କଲେ !
- Aridwexy on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- KurtMat on ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍
- Ernestbrula on ଆରମ୍ଭ ହେଲା ‘ରକ୍ଷକ’ କାର୍ଯ୍ୟକ୍ରମ
- RufusLinty on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
