କଟକ: କଟକରେ ଚାଞ୍ଚଲ୍ୟ। ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା। ମଧୁପାଟଣା ବେଲେଶ୍ୱର ମନ୍ଦିର ନିକଟରେ ହତ୍ୟାକାଣ୍ଡ ଘଟିଛି। ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଉଭୟଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ରହିଛି। ମୃତକ ହେଲେ ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦ୍ୟୁଲତା ସାମଲ। ତାଙ୍କର ୫ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ତେବେ ସମସ୍ତେ ବାହାରେ ରହୁଥିବାବେଳେ ବୃଦ୍ଧି ଦମ୍ପତ୍ତି ଘରେ ଏକୁଟିଆ ଥିଲେ। ଘଟଣାସ୍ଥଳରେ ପହଞ୍ଚି କଟକ ଡିସିପି ତଦନ୍ତ କରୁଛନ୍ତି। କେହି ପରିଚିତ ଲୋକ ଉଭୟଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଆଜି ପରିବାରଲୋକେ ପହଞ୍ଚିବା ପରେ ମୃତଦେହ ବ୍ୟବଛେଦ କରାଯିବ।
କଟକରେ ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

You Might Also Like
Leave a Comment
Leave a Comment
- Advertisement -