ମୋ ସରକାର ଅଧୀନକୁ ଆସିବ କୃଷି ବିଭାଗ

Odisha Hot News
0 Min Read

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅଧୀନକୁ ଗୁରୁବାର ଆସିବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ରେ ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମ ଲାଗୁ ହେବା ଦ୍ୱାରା କାଳିଆ ସମେତ ସଂଖ୍ୟାଧିକ ଯୋଜନା ମୋ ସରକାର ଅଧୀନ ହେବ। ଯୋଜନା ଲାଗୁ ହେବା ସହ ହିତାଧିକାରୀଙ୍କ ମତାମତକୁ ଏଣିକି ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯିବ। ସବୁସ୍ତରରେ ଆପତ୍ତି ଅଭିିଯୋଗ ଗ୍ରହଣ କରି ତୁରନ୍ତ ସମାଧାନ କରାଯିବ।

Share This Article
Leave a Comment