ଫୁଲବାଣୀ :କନ୍ଧମାଳ ଜିଲା ବାଲିଗୁଡାରେ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅଧିକାର(ଆରଟିଆଇ) କର୍ମୀଙ୍କୁ ଗୁଳିମାଡ଼ କରାଯାଇଛି। ମୃତକ ଜଣଙ୍କ ହେଲେ ଅଭିମନ୍ୟୁ ପଣ୍ଡା। ମିଳିଥିବା ସୁଚନା ଅନୁସାରେ ସକାଳ ପ୍ରାୟ ସାଢ଼େ ୬ଟାବେଳେ ଏକ ବାଇକରେ ଦୁଇ ଜଣ ଆସି ଅଭିମନ୍ୟୁଙ୍କୁ ଡାକିଥିଲୋ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଅଭିମନ୍ୟୁଙ୍କୁ ସେମାନେ କିଛି କାଗଜପତ୍ର ମାଗିଥିଲେ। ଏହାପରେ ଜଣେ ଯୁବକ ଯାଇ ବାଇକ ଉପରେ ବସିଥିଲୋ ଅନ୍ୟ ଜଣେ ଯୁବକ ତାଙ୍କୁ ଗୁଳି ମାରି ବାଇକରେ ବସି ଫେରାର ହୋଇ ଯାଇଥିଲେ। ୨ଟି ଗୁଳି ଅଭିମନ୍ୟୁଙ୍କ ବେକ ତଳ ଛାତିରେ ବାଜିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲିଗୁଡା ମେଡିକାଲ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିମନ୍ୟୁ ଜିଲାରେ ହେଉଥିବା ବଡ ବଡ ଠିକା ସଂସ୍ଥାର କାର୍ଯ୍ୟ, ବ୍ୟବସାୟୀ ନେଉଥବା ଟେଣ୍ଡର ଆଦି ନେଇ ଆରଟିଆଇ ମାଗୁଥିବା ଜାଣିବାକୁ ମିଳିଛିା ହତ୍ୟାକାଣ୍ଡର ପ୍ରକୃତ ସତ୍ୟ ଜଣାପଡି ନ ଥିବାବେଳେ ଆରଟିଆଇକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ଆଲୋଚନା ହେଉଛି।
ସୂଚନା ଅଧିକାର କର୍ମୀଙ୍କୁ ଗୁଳି ମାରି ହତ୍ୟା

You Might Also Like
Leave a Comment
Leave a Comment
- Advertisement -