ପୁରୀ ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ଦମ୍ପତି ଗିରଫ

Odisha Hot News
1 Min Read

ପୁରୀ : ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି। ଗିରଫଙ୍କ ମଧ୍ୟରେ ରହିଛନ୍ତି ସିଆରପିଏଫ ଯବାନ। ଗତକାଲି ରାୟଗଡ଼ାରୁ ୪ର୍ଥ ଅଭିଯୁକ୍ତ ଗିରଫ ବୁଲୁ ବାରିକଙ୍କୁ ପୁରୀ ପୋଲିସ ଗିରଫ କରିଥିଲା। ସେ ଜଣେ ସିଆରପିଏଫର ଯବାନ ଥିବା ଜଣାପଡ଼ିଛି। ତେବେ ନିଜକୁ ସାମ୍ବାଦିକ ପରିଚୟରେ ବାହାରେ ବୁଲୁଥିବା ପୋଲିସ କହିଛି। ଆଜି ଆଉ ୨ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଏହି ଦମ୍ପତିଙ୍କ ନାମ ହେଲା ରଂଜିତ ପରିଡ଼ା ଏବଂ ସୌମ୍ୟା ଶେଫାଳିକା ପରିଡ଼ା। ଏଦୁହେଁ ପୀଡ଼ିତାଙ୍କୁ ଭୁବନେଶ୍ବରରୁ ପୁରୀ ଆଣିଥିଲେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ ଗତକାଲି ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକକୁ ଗିରଫ କରାଯାଇଥିବାର ସୂଚନା ମିଳିଥିଲା। ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ବାରା ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ ଜଣେ ସିଆରପିଏଫ୍ ଯବାନ ବୋଲି ବି ସୂଚନା ମିଳିଥିଲା। ସିଆରପିଏଫ୍ ଯବାନ ବୁଲୁ ବାରିକର ଘର ରେଣ୍ଢା ଗାଁ’ରେ ।

ଆଗରୁ ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ବ୍ରହ୍ମଗିରି ଥାନା ଆଳିଆପୁଟୁ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନ(୩୨)କୁ ଗତ ୬ ତାରିଖ ଦିନ ଗିରଫ କରିଥିଲା। ତାକୁ ସ୍ପେସାଲ୍ ସ୍କ୍ବାଡ୍ ଟାଙ୍ଗୀ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ରାମଚନ୍ଦ୍ରର ନାଁ’ରେ ପୂର୍ବରୁ ବ୍ରହ୍ମଗିରି ଥାନାରେ ୪ରୁ ଅଧିକ ମାମଲା ରହିଛି। ତେବେ ଜିତୁ ଘରକୁ ମଦ ପିଇବା ପାଇଁ ଯାଇ ସେ ଏହି ଗଣଦୁଷ୍କର୍ମ ମାମଲାରେ ଫସିଯାଇଥିବା କହିଥିଲା।

Share This Article
Leave a Comment