ଭୁବନେଶ୍ୱର: ଧାନ ସଂଗ୍ରହ ତୃତୀୟ ଦିନରେ ସମ୍ବଲପୁର ଜିଲାରେ ଅଚଳ ବ୍ୟବସ୍ଥା ଜାରି ରହିଛି। ରାଜ୍ୟ ସରକାରଙ୍କ ଟୋକନ୍ ବ୍ୟବସ୍ଥା ଓ ଧାନକିଣା ନୀତିକୁ ନେଇ ଚାଷୀମାନେ ବିରୋଧ କରିଛନ୍ତି। ଏହି ନିୟମକୁ ପରିବର୍ତ୍ତନ କରିବା ପାଇଁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଚାଷୀମାନେ ସମୟ ଦେଇଥିଲେ। ଏଥିରେ ବ୍ୟତିକ୍ରମ ହେବାରୁ ସେମାନେ ଜିଲାପାଳ ଅଫିସ ସମ୍ମୁଖରେ ଧାନ ଗାଡ଼ି ରଖି ପ୍ରତିବାଦ କରିଛନ୍ତି। ଜିଲାପାଳ ଅଫିସ ସମ୍ମୁଖକୁ ଧାନଗାଡ଼ି ପ୍ରବେଶ କରୁଥିବା ସମୟରେ ଚାଷୀ ଓ ପୋଲିସ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଉପଜିିଲାପାଳ ଅନିରୁଦ୍ଧ ପ୍ରଧାନ ଚାଷୀଙ୍କ ସହ ଆଲୋଚନା କରି ଅଧଘଣ୍ଟା ସମୟ ମାଗିଛନ୍ତି। ଯଦି ଏହାର ସମାଧାନ ନ ହୁଏ ତେବେ ଚାଷୀମାନେ ଜିଲାପାଳଙ୍କ ଅଫିସକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଧାନଗାଡ଼ି ରଖି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।
ଧାନ କିଣାବିକାକୁ ନେଇ ଚାଷୀ, ପୋଲିସ ମୁଁହାମୁହିଁ

You Might Also Like
Leave a Comment
Leave a Comment
- Advertisement -