ଭୁବନେଶ୍ୱର: ଧାନ ସଂଗ୍ରହ ତୃତୀୟ ଦିନରେ ସମ୍ବଲପୁର ଜିଲାରେ ଅଚଳ ବ୍ୟବସ୍ଥା ଜାରି ରହିଛି। ରାଜ୍ୟ ସରକାରଙ୍କ ଟୋକନ୍ ବ୍ୟବସ୍ଥା ଓ ଧାନକିଣା ନୀତିକୁ ନେଇ ଚାଷୀମାନେ ବିରୋଧ କରିଛନ୍ତି। ଏହି ନିୟମକୁ ପରିବର୍ତ୍ତନ କରିବା ପାଇଁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଚାଷୀମାନେ ସମୟ ଦେଇଥିଲେ। ଏଥିରେ ବ୍ୟତିକ୍ରମ ହେବାରୁ ସେମାନେ ଜିଲାପାଳ ଅଫିସ ସମ୍ମୁଖରେ ଧାନ ଗାଡ଼ି ରଖି ପ୍ରତିବାଦ କରିଛନ୍ତି। ଜିଲାପାଳ ଅଫିସ ସମ୍ମୁଖକୁ ଧାନଗାଡ଼ି ପ୍ରବେଶ କରୁଥିବା ସମୟରେ ଚାଷୀ ଓ ପୋଲିସ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଉପଜିିଲାପାଳ ଅନିରୁଦ୍ଧ ପ୍ରଧାନ ଚାଷୀଙ୍କ ସହ ଆଲୋଚନା କରି ଅଧଘଣ୍ଟା ସମୟ ମାଗିଛନ୍ତି। ଯଦି ଏହାର ସମାଧାନ ନ ହୁଏ ତେବେ ଚାଷୀମାନେ ଜିଲାପାଳଙ୍କ ଅଫିସକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଧାନଗାଡ଼ି ରଖି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।
ଧାନ କିଣାବିକାକୁ ନେଇ ଚାଷୀ, ପୋଲିସ ମୁଁହାମୁହିଁ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- DarnellDub on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Nathanlof on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- JohnnieEraph on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- DavidElIfe on ସ୍ୱାମୀ ସାଜିଲା ହତ୍ୟାକାରୀ!
- JonathanErusy on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
