ଭୁବନେଶ୍ୱର : ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ବାବଦରେ ବିଜେପୁର ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଦାବି ପୂରଣ ନ ହେଲେ ଆସନ୍ତା ନଭେମ୍ବର ୪ରେ ୫୦ହଜାରରୁ ଊର୍ଦ୍ଧ୍ୱ ଗାଁସାଥୀ ଏକାଠି ହୋଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଗାଁସାଥୀ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର କହିବାନୁଯାୟୀ, ଗତ ୨୦୦୮ରେ ଲକ୍ଷେ ବେକାରଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ରାଜ୍ୟ ସରକାର ‘ଗାଁସାଥୀ’ ପଦବୀ ସୃଷ୍ଟି କଲେ। ବିଗତ ୧୧ ବର୍ଷ ଭିତରେ ସରକାର ନିଜର କୌଣସି ପ୍ରତିଶ୍ରୁତି ରଖିନାହାନ୍ତି। ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍)ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ ଓ ଗୋଟିଏ ଆର୍ଥିକ ବର୍ଷରେ ୧୦୦ ଦିନରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟ ପ୍ରାପ୍ୟ ସହ ପ୍ରଦାନ କରିବା ଲାଗି ସମସ୍ତ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ। ୫ମ ପାଳିର ସରକାର ଆସିଲେ ନିୟମାନୁଯାୟୀ ରାଜ୍ୟର ସମସ୍ତ ବେରୋଜଗାର ଗାଁସାଥୀ (ମେଟ୍)ମାନଙ୍କ ସ୍ବତନ୍ତ୍ର କର୍ପସ ପାଣ୍ଠି ଜରିଆରେ ବେକାରି ଭତ୍ତା ପ୍ରଦାନ କରାଯିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ସରକାର ପୂର୍ବ ପ୍ରତିଶ୍ରୁତି ସବୁ ଭୁଲିଯାଇଛନ୍ତି। ଏନେଇ ସଂଘର ଏକ ପ୍ରତିନିଧି ଦଳ ବିଜେପୁର ନିର୍ବାଚନୀ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରି ଆଲୋଚନା କରିବେ ବୋଲି ଶନିବାର ସଂଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଗାଁସାଥୀ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_wcSi on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- mostbet_kqSt on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
- secondary mathematics tuition on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- vavada_gnEt on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- Jimnus on ଆଜିର ରାଶିଫଳ
