୧୦ଟି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ସରକାର

Odisha Hot News
1 Min Read

ଭୁବନେଶ୍ୱର: ନିତି ଆୟୋଗଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲା ଲାଗି ଭାରପ୍ରାପ୍ତ ଅଧିକାରୀ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ସଚିବସ୍ତରର ୧୦ ବରିଷ୍ଠ ଅଧିକାରୀଙ୍କୁ ଏହି ୧୦ଟି ଜିଲ୍ଲାର ବିକାଶଧାରାକୁ ତ୍ୱରାନ୍ଵିତ କରିବା ଦାୟିତ୍ୱ ଦିଆଯାଇଛି।

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କୃଷି ଉତ୍ପାଦନ କମିସନର ଗୃହ ବିଭାଗର ପ୍ରମୁଖ ସଚିବ ସଂଜୀବ ଚୋପ୍ରା,  ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗର କମିସନର-କମ୍‌ ସେକ୍ରେଟାରି ହେମନ୍ତ ଶର୍ମା, ଉଚ୍ଚଶିକ୍ଷା ବିଭାଗ କମିସନର-କମ୍‌ ସେକ୍ରେଟାରି ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିସନର-କମ୍‌ ସେକ୍ରେଟାରି  ଡ.ପ୍ରମୋଦ ମେହେର୍ଦ୍ଦା, କୌଶଳ ବିକାଶ ବିଭାଗ କମିସନର-କମ୍‌ ସେକ୍ରେଟାରି ଏସ୍‌.କେ ସିଂ ଓ ଖାଦ୍ୟ ସୁରକ୍ଷା ବିଭାଗ କମିସନର-କମ୍‌ ସେକ୍ରେଟାରି  ଭିଭି ଯାଦବଙ୍କୁ ଯଥାକ୍ରମେ କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଗଜପତି ଓ ମାଲକାନଗିରି ଜିଲ୍ଲା

ପ୍ରଦୀପ୍ତ କିଶୋର ମହାପାତ୍ରଙ୍କୁ ଢ଼େଙ୍କାନାଳ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ ରାୟଗଡ଼ା,  କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗଙ୍କୁ କୋରାପୁଟ,  ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଡି.ଆର.କେ ସିଂଙ୍କୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ସେହିପରି  ଦାୟିତ୍ୱ ଦିଆଯାଇଛି।

ଏହି ଅଧିକାରୀମାନେ ଏହି ୧୦ଟି ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସଂପଦ, ଅର୍ଥ , କୌଶଳ ବିକାଶ ଓ ମୌଳିକ ଭିତ୍ତିଭୂମିର ବିକାଶ ନେଇ ତଦାରଖ କରିବେ। ଜଳସେଚନ, ଗ୍ରାମୀଣ ବିଦ୍ୟୁତିକରଣ, ପାନୀୟଜଳ ଯୋଗାଣ ଓ ଶୌଚାଳୟ ସ୍ଥାପନ ଉପରେ ମଧ୍ୟ ନଜର ରଖିବେ।

Share This Article
Leave a Comment