୫ ଜୁଆଡ଼ି ଗିରଫ, ୪ ଲକ୍ଷ ଟଙ୍କା ଜବତ

Odisha Hot News
1 Min Read

ରାଉରକେଲା : ରାଉରକେଲାର ବାସନ୍ତୀ ନଗର ଅଞ୍ଚଳରେ ଜୁଆ ବେପାର ଚାଲୁଥିବା ଖବର ପାଇ ଉଦିତନଗର ଥାନା ପୁଲିସ ଗତକାଲି ସନ୍ଧ୍ୟାରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ଏହି ଘଟଣାର କିଙ୍ଗପିନ୍‌ ଉମା ସିଂଙ୍କ ସମେତ ୫ ଜଣ  ଜୁଆଡ଼ିଙ୍କୁ  ଗିରଫ କରିଛି ।

ସେମାନଙ୍କ ନିକଟରୁ ନଗଦ ୪   ଲକ୍ଷ ୧ ହଜାର ଟଙ୍କା, ଜୁଆ ଖେଳ ଲାଗି ବ୍ୟବହୃତ କାଗଜପତ୍ରକୁ ମଧ୍ୟ ପୁଲିସ ଜବତ କରିଛି । ଏହି ଜୁଆ ବେପାରୀମାନେ କୋଲକତା, ମୁମ୍ବାଇର ଜୁଆ ବେପାରୀଙ୍କ ସହ ସହ ମିଶି ବହୁ ଦିନରୁ ଏହି ବେପାର ଚଳାଇ ଆସୁଥିଲେ । ପୋଲିସ ଏହି ବେପାରରେ ଲିପ୍ତ ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ପ୍ରାୟ ୭ରୁ ୮ ବର୍ଷ ହେଲା ଉମା ସିଂ ରାଉରକେଲାର ବିଭିନ୍ନ ଅଞ୍ଚଳରେ ଏଜେଣ୍ଟ ରଖି ଜୁଆ ବେପାର କରି ଆସୁଛନ୍ତି। ସନ୍ଧ୍ୟାରେ  ଉକ୍ତ ଏଜେଣ୍ଟମାନେ ତାଙ୍କ ନିକଟରେ ଆଣି ବେପାର ଟଙ୍କା ଜମା ଦିଅନ୍ତି। ଏହି ସୂଚନା ପାଇବା ପରେ ପୁଲିସ ଚଢ଼ାଉ କରି ୪ ଲକ୍ଷ ଟଙ୍କା ଜବତ କରିଥିଲା।

ପୁଲିସ ନଜରରୁ ଖସିବା ଲାଗି ଉମାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ଜାଗା  ପରିବର୍ତ୍ତନ କରି ବେପାର ଚଳାଇ ଆସୁଥିଲେ। ଫଳରେ ଦୀର୍ଘ ବର୍ଷ ହେଲା ପୁଲିସ ଆଖିରେ ଧୂଳି ଦେବାରେ ସେମାନେ ସକ୍ଷମ ହୋଇ ପାରିଥିଲେ।

Share This Article
Leave a Comment