” ନାରାୟଣ କାଚରାରୁ ନାଣ ବାୟା “ସାମ୍ନାକୁ ଆସିଲା ସାଇକୋ କିଲରର କାହାଣୀ !

Odisha Hot News
2 Min Read

କଟକ: ସାମନାକୁ ଆସିଛି ସାଇକୋ କିଲରର ଫଟୋ । କଟକରେ ୨୪ ଘଣ୍ଟାରେ ୩ ଜଣଙ୍କୁ ବେକ କାଟି ହତ୍ୟା କରିଥିବା ସାଇକୋ କିଲର ନାରାୟଣ ସାହୁକୁ ଗତକାଲି ପୁଲିସ ଗିରଫ କରିଥିବାବେଳେ ଆଜି ତାର ଫଟୋ ସାମନାକୁ ଆସିଛି । ବହୁ ଛକାପଞ୍ଝା ପରେ ସିସିଟିଭି ଫୁଟେଜ ଆଧାରରେ ନାରାୟଣକୁ ଅଟକ ରଖି ପଚରାଉଚରା ପରେ ପୁଲିସ ଗିରଫ କରିଥିଲା ।ତେବେ ଫରେନସିକ୍ ରିପୋର୍ଟରୁ ସାଇକୋ କିଲରକୁ ଚିହ୍ନଟ କରାଯାଇଥିଲା । ତେବେ ଆସନ୍ତୁ ଜାଣିବା କିଭଳି ଜଣେ କାଚରାରୁ ହତ୍ୟାକାରୀ ପାଲଟି ଥିଲା ନାରାୟଣ ସାହୁ।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ବାସିନ୍ଦା ନାରାୟଣ ଜଗନ୍ନାଥପ୍ରସାଦ ବ୍ଲକ କୁମ୍ପାପଡ଼ା ଗ୍ରାମରେ ୨୦ରୁ ୨୫ ବର୍ଷ ହେଲା ଏକ ଭଡ଼ା ଘରେ ରହି ଗାଁକୁ ଗାଁ ବୁଲି ଚୁଡ଼ି ବିକୁଥିଲା। ଜଣେ ସୁସ୍ଥ ଓ ଭଲ ବ୍ୟବସାୟୀ ତଥା ନାରାୟଣ କାଚରା ଭାବେ ସେ ସଭିଙ୍କ ମହଲରେ ବେଶ୍‌ ପରିଚିତ ଥିଲା। ଏହା ପରେ ସେ ମହିପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରି ସଂସାର ଆରମ୍ଭ କରିଥିଲେ। ଚୁଡ଼ି ସହ ଜୋତା ବେପାର ବି ଚାଲିଥିଲା। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ବି ଥିଲେ। ଭଲ ରୋଜଗାର ହେବା ପରେ ସେ କୁମ୍ପାପଡ଼ା ଗ୍ରାମରେ ନିଜେ ଜମି କିଣି ଘର ତିଆରି କରିଥିଲା।

ତେବେ ସମୟ ବଦଳିବା ସାଙ୍ଗକୁ ନାରାୟଣ ଅଧିକ ‌ରୋଜଗାର ଆଶାରେ ଚୁଡ଼ି ଓ ଜୋତା ବେପାର ବନ୍ଦ କରି ରୁପା ବ୍ୟବସାୟ ଆରମ୍ଭ କରିଥିଲ‌ା। ଏଥିପାଇଁ ବିଭିନ୍ନ ସମୟରେ ସେ ଗ୍ରାମବାସୀଙ୍କଠୁ ଧାରକରଜ କରିଥିଲା। କୁମ୍ପାପଡ଼ା ଗ୍ରାମର ରାମଚନ୍ଦ୍ର ସାହୁଙ୍କ ନାମକ ଜଣେ ବ୍ୟକ୍ତିଙ୍କ ନିକଟରେ ଘର ବନ୍ଧକ ରଖି ୧ଲକ୍ଷ ୬୨ହଜାର ଟଙ୍କା କରଜ ନେଇଥିଲା। ଧୀରେ ଧୀରେ ତା’ର ଖରାପ ସମୟ ଆସିଗଲା। ଏହା ପରେ ନାରାୟଣ ଅନ୍ୟ ଜଣଙ୍କୁ ଘର ବିକ୍ରି ପାଇଁ ମଧ୍ୟ ଟଙ୍କା ଆଣିଥିଲା। କରଜର ଭାର ବଢିବାରୁ ପାଖାପାଖି ୭ ଲକ୍ଷ ଟଙ୍କାରେ ତିଆରି କରିଥିବା ଘରକୁ ସେ ରାମଚନ୍ଦ୍ରଙ୍କୁ ବିକ୍ରି କରିଦେଇଥିଲା। ପୁଣି ଭଡ଼ା ଘରେ ରହି ବ୍ୟବସାୟ ବି ଜାରି ରଖିଥିଲା। ତେବେ ଆପେ ଆପେ ନାରାୟଣ ଚାପଗ୍ରସ୍ତ ହେବାରୁ ତା’ର ଆଚାର ଓ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। କିଛି ଦିନ ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲା। ପତ୍ନୀ ଓ ପିଲାଙ୍କ ସହ ଝଗଡ଼ା କରୁଥିଲା। ଫଳରେ ଗତ ଦୁଇ ବର୍ଷ ତଳେ ପତ୍ନୀ ପିଲାଙ୍କୁ ଧରି ବାପଘରକୁ ପଳାଇଥିଲା।

ଏହାର କିଛିଦିନ ପରେ ନାରାୟଣ ଗାଁରେ ଏଣେ ତେଣେ ବୁଲୁଥିଲା। ଆଉ ଗାଁ ନିକଟରେ ଥିବା କେନ୍ଦୁପତ୍ର ଗୋଦାମ ପିଣ୍ଡାରେ ଶୋଇ ପଡୁଥିଲା। ଯିଏ ଯାହ ଦେଉଥିଲା ତାକୁ ଖାଉଥିଲା। ବେଳେବେଳେ ତାଙ୍କୁ ଗାଁରେ ଦେଖିବାକୁ ମିଳୁ ନଥିଲା। ନାରାୟଣ କାଚରାରୁ ସେ ପାଲଟିଯାଇଥିଲେ ନାଣ ବାୟା।  ମାନସିକ ସନ୍ତୁଳନ ହରାଇବା ପରେ ସେ ଅପରାଧ କରିବା ଆରମ୍ଭ କରିଥିଲା ବୋଲି ଅନୁମାନ କରାଯାଉଛି।

Share This Article
Leave a Comment