ବିଜେଡି ଇସ୍ତାହାରରେ ପ୍ରଥମ ସ୍ଥାନରେ ଚାଷୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Hot News
1 Min Read

ଭୁବନେଶ୍ୱର: ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନିର୍ବାଚନୀ ପ୍ରଚାର କରିଛନ୍ତି । ନବରଙ୍ଗପୁର ରାଇଘରରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ନବୀନ ।ତେବେ ବିଜେଡି ସୁପ୍ରିମୋଙ୍କ ଫୋକସରେ ରହିଛି ଚାଷୀ କୂଳ । ବିଜେଡି ନିଜ ଇସ୍ତାହାର ପତ୍ରରେ ଚାଷୀ କଲ୍ୟାଣକୁ ଏକ ନମ୍ବରରେ ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ   ନିଜର ଅଭିଭାଷଣରେ  ମୁଖ୍ୟମନ୍ତ୍ରୀ କହିଛନ୍ତି  ବିଜେଡି ଇସ୍ତାହାରରେ ପ୍ରଥମ ସ୍ଥାନରେ  ଚାଷୀ ଅଛନ୍ତି ।  ଚାଷୀଙ୍କୁ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି ।  କାଳିଆ ଯୋଜନାରୁ ଜଣେ ବି ଚାଷୀ ବଂଚିତ ହେବେ ନାହିଁ ବୋଲି କହିଛନ୍ତି ନବୀନ ।

ସେ ଅହୁରିବି କହିଛନ୍ତି, ‘‘ମୁଁ ଆପଣଙ୍କୁ କଥା ଦେଉଛି, ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀ କାଳିଆ ଯୋଜନାର ଦୁଇଟି କିସ୍ତି ୧୦ ହଜାର ଟଙ୍କା ଏକାଥରକେ ପାଇବେ। କେହି ଜଣେ ବି ଚାଷୀ ବଞ୍ଚିତ ହେବେ ନାହିଁ। ଏବେ ନୁହେଁ କି କେବେ ନୁହେଁ।’’

ଏହା ସହ କେନ୍ଦ୍ର ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରୀୟ ନେତାମାନଙ୍କର ଦେଖା ନ ଥାଏ। ଗତ ପାଞ୍ଚ ବର୍ଷ ମଧ୍ୟରେ କୌଣସି ବଡ଼ କେନ୍ଦ୍ରୀୟ ନେତା ଓଡ଼ିଶାକୁ ଆସି ନାହାନ୍ତି। ବନ୍ୟା, ବାତ୍ୟା ସମୟରେ ଦେଖା ଦେଲେନି ଏବେ ନିର୍ବାଚନ ଆସିବାରୁ ସେମାନେ ଭୋଟ୍‌ ମାଗିବାକୁ ଆସିଛନ୍ତି। ମୁଁ ସବୁବେଳେ ଓଡ଼ିଶାବାସୀଙ୍କ ସହ ରହିଥାଏ। ଅନୁସୂଚିତ ଜାତି ଓ ଜନଜାତିଙ୍କ ଅନୁଦାନ କେନ୍ଦ୍ର ସରକାର କାଟିଛନ୍ତି ବୋଲି ଉମରକୋଟ ନିର୍ବାଚନ ମଣ୍ଡଳୀର ରାଇଘର ଷ୍ଟାଡିୟମ୍‌ରେ ଆୟୋଜିତ ଏହି ଜନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

Share This Article
Leave a Comment