୧୦ ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ଘୋଷିତ

Odisha Hot News
1 Min Read

୨୦୧୯ ଲୋକ ସଭା ନିର୍ବାଚନ ଲାଗି ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା  ପ୍ରକାଶ ପାଇଛି। ଭାଜପା ସିଇସିର ସାଧାରଣ ସମ୍ପାଦକ ଜେପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି। ଏଥିରେ ୧୮୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି।  ଓଡ଼ିଶାର ୧୦ ଲୋକ ସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା, କେନ୍ଦୁଝର- ଅନନ୍ତ ନାୟକ, ବଲାଙ୍ଗିର -ସଂଗୀତା ସିଂହଦେଓ, ନବରଙ୍ଗପୁର- ବଳଭଦ୍ର ମାଝି, ବାଲେଶ୍ୱର- ପ୍ରତାପ ଷଡ଼ଙ୍ଗୀ, ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି, ଆସିକା- ଅନିତା ପ୍ରିୟଦର୍ଶିନୀ, ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର ଏବଂ ଭୁବନେଶ୍ୱର ଲୋକ ସଭା ଆସନ ଲାଗି ଅପରାଜିତା ଷଡଙ୍ଗୀଙ୍କ ନାମ ପ୍ରକାଶ ପାଇଛି।

ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ବାରାଣସୀରୁ ନିର୍ବାଚନ ଲଢ଼ିବେ। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହ ଗାନ୍ଧି ନଗରରୁ, ଲକ୍ଷ୍ନୌରୁ ରାଜନାଥ ସିଂହ, ଆମେଠିରୁ ସ୍ମୃତି ଇରାନୀ, ନାଗପୁରରୁ-ନୀତିନ ଗଡ଼କରୀ, ପାଟଣା ସାହିବରୁ ନିର୍ବାଚନ ଲଢ଼ିବେ ରବିଶଙ୍କର ପ୍ରସାଦ।

Share This Article
Leave a Comment