ଭୁବନେଶ୍ୱର : ଆଜି ଦିନ ୧୨ଟାରେ ଲୋକସଭା ନିର୍ବାଚନର ତାରିଖକୁ ନେଇ ନିର୍ବାଚନ ଆୟୋଗଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋଡାଙ୍କ ସମେତ ଅନ୍ୟ ନିର୍ବାଚନ ଆୟୁକ୍ତ ମଧ୍ୟ ଉପସ୍ଥିତ ରହିବେ । ପୂର୍ବରୁ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଏବଂ କୌଣସୀ ସମୟରେ ତାରିଖ ଘୋଷଣା ହୋଇପାରେ ବୋଲି ନିର୍ବାଚନ ଆୟୋଗ କହିଥିଲେ । ଲୋକସଭା ନିର୍ବାଚନ ସହ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାନେଇ ମଧ୍ୟ ସମ୍ଭାବନା ରହିଛି । ଏହାସହ ମତଦାନ ଏପ୍ରିଲ ପ୍ରଥମ ସପ୍ତାହରେ ହେବା ନେଇ ଆଶଙ୍କା କରାଯାଉଛି ।
ନିର୍ବାଚନ ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ : ଆଜି ଘୋଷଣା ହୋଇପାରେ ନିର୍ବାଚନୀ ତାରିଖ

You Might Also Like
Leave a Comment
Leave a Comment
- Advertisement -