୬ ଓଏଏସ୍‌ ଅଧିକାରୀଙ୍କୁ ବଦଳି

Odisha Hot News
1 Min Read

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୬ଜଣ ଓଏଏସ୍‌ ଅଧିକାରୀଙ୍କୁ ବଦଳି କରାଯାଇଛି। ଏ ନେଇ ଗତକାଲି ଓ ଆଜି ସାଧାରଣ ପ୍ରଶାସନ ବିଭାଗ ୨ଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ପ୍ରକାଶ କରିଛି।

ଆଜି ପ୍ରକାଶିତ ବିଜ୍ଞପ୍ତିରେ କୋରାପୁଟ ଡିୟୁଡିଏର ପ୍ରକଳ୍ପ ନିର୍ଦେଶକ ଭାବେ କାର୍ଯ୍ୟରତ ମଧୁମିତା ନାୟକ(ନମ୍ବର ୧)ଙ୍କୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜର ପ୍ରାଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ବାରିପଦାର ପୂର୍ବତନ ରେଜିଷ୍ଟ୍ରାର ଅସିତ କୁମାର ପଣ୍ଡା ପ୍ରଥମେ ସାଧାରଣ ପ୍ରଶାସନ ବିଭାଗରେ ଯୋଗଦାନ କରିଥିଲେ। ତେବେ ସେଠାରୁ ତାଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଏଭିଏସ୍‌କୁ ଯୁଗ୍ମ ନିର୍ଦେଶକ ଭାବେ ବଦଳି କରାଯାଇଛି। କଟକ ସଦରରେ ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବା ଓଏଏସ୍‌ ଲିପିକା ଦାସ କଟକ ରାଜସ୍ବ ପର୍ଷଦକୁ ଉପ ସଚିବ ଭାବେ ବଦଳି ହୋଇଛନ୍ତି। ତାଙ୍କ ସ୍ଥାନକୁ ବଦଳି ହୋଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଏଭିଏସ୍‌ରେ କାର୍ଯ୍ୟରତ ଉପ ନିର୍ଦେଶକ ଶୈଳେନ୍ଦ୍ର କୁମାର ଜେନା।

ଗତକାଲିର ବିଜ୍ଞପ୍ତି ଅନୁଯାୟୀ ସଂସଦୀୟ ବ୍ୟାପାର ବିଭାଗରେ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଓଏଏସ୍‌ ଶୁଭେନ୍ଦୁ କାନୁନ୍‌ଗୋଙ୍କୁ ପଞ୍ଚାୟତିରାଜ ବିଭାଗର ମନ୍‌ରେଗା ଓ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହି ପଦବିରେ କାର୍ଯ୍ୟ କରୁଥିବା ଅତିରିକ୍ତ ସଚିବ ସରୋଜ କୁମାର ସେଠୀ ଓଡ଼ିଶା ବେଭେରେଜ୍‌ କର୍ପୋରେସନର ପରିଚାଳନା ନିର୍ଦେଶକ ଭାବେ ବଦଳି ହୋଇଛନ୍ତି।

Share This Article
Leave a Comment