୨ଟିଭି ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ନୋଟିସ୍‌

Odisha Hot News
1 Min Read

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ  ପକ୍ଷରୁ ୨ଟି ଟିିଭି ଚ୍ୟାନେଲକୁ ନୋଟିସ ଜାରି କରାଯାଇଛି। ସେଗୁଡିକ ହେଲେ ତ୍ରିରଙ୍ଗା ଟିଭି ଓ ଏବିପି ନ୍ୟୁଜ୍‌ ସରକାର ନୋଟିସ ଜାରି କରିଥିବା ସୂଚନା ମିଳିଛି। ଏହି ୨ ଟିଭି ଚ୍ୟାନେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନୋଟିସ୍‌ରେ ଉଲ୍ଲେଖ ରହିଛି।

ସୂଚନା ଅନୁଯାୟୀ, ଗତ ଫେବୁଆରୀ ୧୪ରେ ଜମ୍ମୁକଶ୍ମୀର ପୁଲଓ୍ବମାଠାରେ ଆତଙ୍କୀ ଆକ୍ରମଣ ହେବା ପରେ ସମସ୍ତ ଟିଭି ଚ୍ୟାନେଲମାନଙ୍କୁ ହିଂସାକୁ ପ୍ରୋତ୍ସାହନା ଦେବା ପରି କୌଣସି କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ବାରଣ କରାଯାଇଥିଲା। ହେଲେ ଫେବୁଆରୀ ୨୨ରେ ପାକିସ୍ତାନୀ ସେନାର ମୁଖପାତ୍ର ସାମ୍ବାଦିକଙ୍କ ସହ କଥା ହେବା ବେଳେ, ସେ ସମୟର କଥପକଥନକୁ ପ୍ରସାରଣ କରାଯାଇଥିଲା। ଯାହା କେବୁଲ ଟେଲିଭିଜନ ନେଟଓ୍ବର୍କସ୍‌ ଆକ୍ଟ ୧୯୯୫ ନିର୍ଦ୍ଧାରିତ କୋଡକୁ ଉଲଙ୍ଘନ କରୁଛି। ଫଳରେ ଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ୨ଟି ଚ୍ୟାନେଲ୍‌କୁ ନୋଟିସ୍‌ ଜାରିକରିଛି ।

Share This Article
Leave a Comment