କଳାହାଣ୍ଡି: ଆଜି ଦିନ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନକିଆ କଳାହାଣ୍ଡି ଗସ୍ତରେ ମହିଳା ସମାବେଶରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ସକାଳେ ଭୁବନେଶ୍ୱର ବିବାନ ବନ୍ଦରୁ ହେଲିକ୍ୟାପ୍ଟରରେ ଆସି ଉକ୍ରଳ ଏରୋଡ଼୍ରମରେ ପହଂଚିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ହଜାର ହଜାର କର୍ମୀ ସଭାସ୍ଥଳକୁ ପାଛୁଟି ନେଇଥିଲେ । ପ୍ରଥମେ ଜୁନାଗଡ଼ରେ ମିଶ୍ରଣ ପର୍ବରେ ଯୋଗ ଦେଇ ନୂତନ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ । ଏହାସହ ଭବାନୀପାଟଣାରେ ମିନି ଷ୍ଟାଡ଼ିୟମକୁ ଉଦଘାଟନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ମହିଳା ମହାସମାବେଶରେ ଯୋଗ ଦେଇଥିଲେ ।ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ମାଁ ମାଣିକେଶ୍ୱରୀ ଜୁହାର କହି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ମହିଳାମାଙ୍କୁ ଶସକ୍ତି କରଣ ପରିବା ପାଇଁ ଯେଉଁ ଯୋଜନା ଅପଣାଇଛନ୍ତି ତାହାକୁ ଅଭିଭାଷଣରେ ରଖିଥିଲେ । ଏହାସହ ମହିଳାମାନେ ଶିକ୍ଷିତ ହେଲେ ରାଜ୍ୟର ଗୌରବ ବଢିବା ନେଇ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ହତୀନଦୀ ବ୍ରଜ ଉଦଘାଟନ କରିବା ସହ ବହୁ ଯୋଜନାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ପଶ୍ଚିମ ଓଡ଼ିଶାର ମହିଳା ଭୋଟ ଉପରେ ନବୀନଙ୍କ ନଜର; ଆଜି ଭବାନୀପାଟଣା ଗସ୍ତରେ ମୁଖ୍ୟମନ୍ତ୍ରୀ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- aviator_ndSt on ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ରୋହିତ ଓ ଅଶ୍ୱିନୀ !
- luxury car rental miami_phoi on ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
- 1win_rxol on ଆଜିର ରାଶିଫଳ
- melbet_nwOr on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
- melbet_aiOr on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
