ବରଗଡ଼ : ଫେଲ ମାରିଛି ସରକାର ଙ୍କ ପରୀ ଯୋଜନା ।ଖାକି ବର୍ଦ୍ଧି ରେ ପୁଣି ଲାଗିଛି କଳଙ୍କ ର ଦାଗ ।ଜଣେ ଦଶମ ଶ୍ରେଣୀ ନାବାଳିକା ଝିଅ ର ପ୍ରେମିକ ସହ ମିଶି ପୋଲିସ ବାବୁ ଜଣକ ସମ୍ପୃକ୍ତ ଝିଅ କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି ।ଏପରି ଲଜ୍ଜା ଜନକ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସୋହେଲା ଥାନା ଅଞ୍ଚଳ ରେ ।ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ର ଜଣେ ଦଶମଶ୍ରେଣୀ ଝିଅ ତାର ମାମୁଁ ଘର ଟୁନୁଙ୍ଗାପାଲି ରେ ରହି ପାଠ ପଢୁଥିଲା ।ଗତ ୮ ତାରିଖ ଦିନ ସକାଳୁ ସମ୍ପୃକ୍ତ ଝିଅ ଟି ଟୁନୁଙ୍ଗାପାଲି ରୁ ଦୀପ୍ତିପୁର କୁ ଟିଉସନ ପଢିବା ପାଇଁ ଆସୁଥିବା ବେଳେ ସେହି ମେଳଛାମୁଣ୍ଡା ଗ୍ରାମ ର କୈବଲ୍ୟ ନାଗ ନାମକ ଯୁବକ ତାକୁ ଅପହରଣ କରି ସୋହେଲା ଏ ଏସ ଆଇ ବନମାଳୀ କୁଅଁର ଙ୍କ ଭଡାଘର କୁ ନେଇ ଆସିଥିଲା । ସେଠାରେ ତା ସହ ବଳପୂର୍ବକ ଦୁଷ୍କର୍ମ କରିବା ପରେ ତାକୁ ସେଇ ଘରେ ବନ୍ଦ କରି ବାହାରୁ ତାଲା ଦେଇ ପଳେଇ ଆସିଥିଲା ।ପରେ ବନମାଳୀ କୁଅଁର ଝିଅ କୁ ସୋହେଲା ଥାନା ପରିସର ରେ ଥିବା ନିଜ ପୋଲିସ କ୍ୱାର୍ଟର ରେ ରଖି ଦୁଷ୍କର୍ମ କରିଥିଲେ ।ଦୁଇ ଦିନ ଧରି ପରିବାର ବର୍ଗ ଖୋଜା ଖୋଜି କରିବା ପରେ ଆଜି ଝିଅ କୁ ଏକ ବସ ରେ ଫେରିଥିବା ବେଳେ ଉଦ୍ଧାର କରିଥିଲେ ।ପରିବାର ଵର୍ଗ ଙ୍କ ଅଭିଯୋଗ କ୍ରମେ ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ।
ପୁଣି ଖାକି ରେ କଳଙ୍କ,ପ୍ରେମିକ ସହ ମିଶି ନାବାଳିକା ସହ ଦୁଷ୍କର୍ମ କଲେ ପୋଲିସ ଏ ଏସ ଆଇ ।
- Advertisement -
Stay Connected
Comment
- 1xbet app_rmol on ଆଜିର ରାଶିଫଳ
- melbet_fcOt on Architecture beach blue chairs
- pinup_lkOn on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- mostbet_ofea on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- mostbet_kfmr on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !

комплект камер видеонаблюдения wifi комплекты видеонаблюдения hd
шкаф на заказ по размерам шкаф