ରୋହିଣୀଙ୍କୁ ହକି ଇଣ୍ଡିଆର ଅଭିନନ୍ଦନ

Odisha Hot News
1 Min Read

ନୂଆଦିଲ୍ଲୀ – ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଟେକ୍‌ନିକାଲ ଅଫିସିଆଲ ପଦକୁ ପଦୋନ୍ନତି ପାଇଥିବା ମହୀଶୂରର ୩୮ ବର୍ଷୀୟା ଅଫିସିଆଲ ରୋହିଣୀ ବୋପାନ୍ନାଙ୍କୁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇଛି। ରୋହିଣୀଙ୍କୁ ଏଫ୍‌ଆଇଏଚ୍‌ ଅଫିସିଆଲ କମିଟି ବୁଧବାର ଏହି ପଦୋନ୍ନତି ଦେଇଛି।
ଏହାପୂର୍ବରୁ ଚଳିତ ବର୍ଷ ଦକ୍ଷିଣ କୋରିଆର ଡୋଙ୍ଗାଇ ସିଟିରେ ଅନୁଷ୍ଠିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ରୋହିଣୀ ଟେକନିକାଲ ଅଫିସର ରୂପେ ନିଯୁକ୍ତି ପାଇଥିଲେ। ସେହିପରି ୨୦୧୭ରେ ସେ ଜାପାନର କାକାମିଗାହାରାଠାରେ ଅନୁଷ୍ଠିତ ନବମ ମହିଳା ଏସିଆ କପ୍‌ରେ ମଧ୍ୟ ଟେକନିକାଲ ଅଫିସର ଦାୟିତ୍ୱ ତୁଲାଇଥିଲେ। ୨୦୧୪ରେ ସେ ପ୍ରଥମଥର ପାଇଁ ଟେକନିକାଲ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସେ ଚତୁର୍ଥ ହକି ଇଣ୍ଡିଆ ଜାତୀୟ ଚାମ୍ପିୟନଶିପ୍‌ରେ ପ୍ରଥମଥର ପାଇଁ ଏହି ଦାୟିତ୍ୱ ନେଇଥିଲେ। ୩୮ ବର୍ଷୀୟା ରୋହିଣୀ ପୂର୍ବରୁ ଜଣେ ହକି ଖେଳାଳି ମଧ୍ୟ ଥିଲେ।

Share This Article
Leave a Comment