ବାଲେଶ୍ୱର: ବସ୍ତା ବ୍ଲକ ଜାମଶୁଳୀ – ଲଙ୍ଗଳେଶ୍ୱର ରାସ୍ତାରେ ସଡ଼କ ଦୁର୍ଘଟଣା । ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି । ଗୁରୁତରକୁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଜଣଙ୍କ ହେଲେ ବାଲିଆପାଳ ବ୍ଲକ ଜମ୍ଭିରାଇ ଗାଁର ହୃଦାନନ୍ଦ ଦଳାଇଙ୍କ ବଡ଼ପୁଅ ଚଗଲା ଦଳାଇ ହୋଇଥିବା ଜଣାପଡ଼ିଛି । ଟ୍ରକ୍ଟର ଟଲି ଉପରେ ବସିଥିବା ବେଳେ ଟ୍ରାକ୍ଟର ଓଲଟି ଓଲଟି ପଡ଼ିଥିଲା । ଯାହାଫଳରେ ଚଗଲା ଇଟାତଳେ ଚାପି ହୋଇଯାଇଥିଲା । ଖବରପାଇଁ ସିଂଲା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ବ୍ୟବଚ୍ଛେଦ୍ ପାଇଁ ପଠାଇବା ସହ ଗାଡ଼ିକୁ ଜବତ କରିଛି । ତେବେ ଚାଳକ ଫେରାର ହେଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ମୃତ ଚଗଲା ଅତ୍ୟନ୍ତ ଗରୀବ ହୋଇଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା । ପୋଲିସ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା ।
ବାଲେଶ୍ୱର ବସ୍ତା ବ୍ଲକ ଜାମଶୁଳୀ – ଲଙ୍ଗଳେଶ୍ୱର ରାସ୍ତାରେ ସଡ଼କ ଦୁର୍ଘଟଣା; ୧ମୃତ ୧ଗୁରୁତର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Brentlyday on Make use of sports as exercise
- JustinIcole on ଜିଲ୍ଲା ଅବକାରୀ ବିଭାଗ ଚଢଉ, ୧୬ ଗିରଫ
- BradleyGob on “ସମ୍’ରେ ୫୨୦ ବେଡ୍ ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- JamesSak on ପୋଲିସ ଡିଜି ଅଭୟଙ୍କ ଅଚାନକ ବ୍ରହ୍ମପୁର ଗସ୍ତ
- EldenMeate on ଟେଲିଭିଜନ ଚ୍ୟାନେଲର ୨୫ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
