ଭୁବନେଶ୍ୱର : ସରକାରଙ୍କ ମଦର ପ୍ରସାର ନୀତି ବିରୋଧରେ ରାଜଧାନୀର ରାଜରାସ୍ତା ଘେରିଲା ଓଡ଼ିଶା ନିଶା ନିବାରଣ ଅଭିଯାନ ସଂଘ । ଏହାକୁ ନେଇ ସଂଘର ଶତାଧିକ କର୍ମକର୍ତାମାନେ ଆଜି ବାଣିବିହାର ଓଭର ବ୍ରିଜରେ ରାସ୍ତାରୋକ କରିଥିଲେ । ଏହି ସମୟରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସର୍ବଶେଷରେ ପୋଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରି ରାସ୍ତାକୁ ସ୍ୱାଭାବିକ କରିଥିଲା । ଏହି ଆନ୍ଦୋଳନ ସମାବେଶରେ ନେତୃତ୍ୱମାନେ ରାଜ୍ୟ ସରକାରଙ୍କୁ ତିବ୍ର ସମାଲୋଚନା କରିଥିଲେ । ଏପରି ରାଜ୍ୟ ସରକାର ଟିକସ ଆଳରେ ନିଶାର ପ୍ରଶାରକୁ ନିନ୍ଦା କରିବା ସହ ସରକାରଙ୍କ ଏହି ନୀତିକୁ ମାୟା ରାବଣର ସୁନା ହରିଣ କହି ସମାଲେଚନା କରିଛନ୍ତି । ଏହାସହ ନବୀନଙ୍କ ଅମଳରେ ରାଜ୍ୟରେ ଅକାଳରେ ଲକ୍ଷ ଲକ୍ଷ ମହିଳା ବିଧବା ହୋଇଯାଉଥିବାରୁ ସରକାରଙ୍କୁ ଜବାବ ମାଗିଛନ୍ତି । ଯାଦି ସରକାର ତୁତନ୍ତ ଏହି ନିତୀକୁ ରାଜ୍ୟରୁ ନହଟାନ୍ତି ତେବେ ଅଗାମୀ ନିର୍ବାଚନରେ ଏହାର ଫଳ ଫଳିବା ନେଇ ଚେତାବନୀ ଦେଇଛନ୍ତି ।
ସରକାରଙ୍କ ମଦର ପ୍ରସାର ନୀତି; ମାୟା ରାବଣର ସୁନା ହରିଣ କହି ନବୀନଙ୍କୁ ସମାଲୋଚନା !
Leave a Comment
Leave a Comment
- Advertisement -
Stay Connected
Comment
- Josephcheap on ଗାଁ ଦାଣ୍ଡରେ୪ ଜଣଙ୍କୁ ଟାଙ୍ଗିଆରେ ହାଣି ଯୁବକ ଗିରଫ
- Merlincruct on “ସମ୍’ରେ ୫୨୦ ବେଡ୍ ବିଶିଷ୍ଟ କୋଭିଡ୍-୧୯ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- Vivod iz zapoya na domy_rnMt on ଆଜିର ରାଶିଫଳ
- GilbertoLip on ରାମ ମନ୍ଦିର ମାମଲା : ଅଯୋଧ୍ୟ୍ୟାରେ ଉଦ୍ଧବ ଠାକରେ
- Josephcheap on ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ; ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବେ ନବୀନ, ମାନିବାକୁ ନାରାଜ ବିରୋଧି !
