ମେଡିକାଲରେ ସର୍ଫରାଜ

Odisha Hot News
1 Min Read

ଆବୁଧାବି – ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। ଏହାପରେ ତାଙ୍କୁ ପଡ଼ିଆ ବାହାରକୁ ନିଆଯିବା ପରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍କାନ କରାଯିବା ପରେ ଡାକ୍ତରଙ୍କ ନିରକ୍ଷଣରେ ରଖା ଯାଇଛି। ଏଥିଯୋଗୁ ସେ ୪ର୍ଥ ଦିବସରେ ଫିଲ୍ଡକୁ ଯାଇ ନ ଥିଲେ। ଏଣୁ ତାଙ୍କ ବଦଳରେ ଅସଦ ସାଫିକ ଦଳର ନେତୃତ୍ୱ ନେଇଥିବାବେଳେ ମହମ୍ମଦ ରିଜଓ୍ବାନ ଉଇକେଟକିପିଂ ଦାୟିତ୍ୱ ନେଇଥିଲେ। ଉଲ୍ଲେଖଥାଉ କି, ସର୍ଫାରାଜ ୮୧ ରନ୍‌ କରି ବ୍ୟାଟିଂ କରୁଥିବାବେଳେ ଗୁରୁବାର ଅଷ୍ଟ୍ରେଲିଆ ପେସର ପିଟର ସିଡ୍‌ଲଙ୍କ ବାଉନ୍ସର ତାଙ୍କ ହେଲମେଟରେ ବାଜିଥିଲା।

Share This Article
Leave a Comment