ନୂଆଦିଲ୍ଲୀ: ଆଜି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ମୋଦି ସରକାରଙ୍କ ସଂସଦରେ ଶେଷ ବଜେଟ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ବଜେଟ ସାଧାରଣ ଲୋକଙ୍କୁ ସୁହାଇଲା ଭଳି ବଜେଟ ପ୍ରସ୍ତୁତି କରିଥିବା ଯୁକ୍ତି କରିଥିବା ବେଳେ ଏହାକୁ ବିରୋଧି ମାନିବାକୁ ନାରାଜ ହୋଇଛନ୍ତି । ଦେଶରେ ସ୍ୱାସ୍ଥ୍ୟ ବଜେଟରେ ପୂର୍ବପରି କଛି ଚମକ ନଥିବା ଜଣାପଡ଼ିଛି । ସେଇ ପୁରୁଣା ବୋତଲରେ ମଦ ନୂଆ ପୁରାଇ ସିଲ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ମନ୍ତ୍ରୀ କରିଛନ୍ତି ବର୍ତମାନ ଦେଶରେ ୨୧ଟି ଏମ୍ସରେ ଲୋକମାନେ ଉପକୃତ ପାଉଛନ୍ତି । ୨୦୧୪ ମସିହାରେ ମୋଦି ସରକାର ଦେଶରେ ୧୪ଟି ଏମ୍ସ ମେଡ଼ିକାଲ ପ୍ରତିଷ୍ଠା କରିଛନ୍ତି । ତେବେ ୨୨ତମ ଏମ୍ସ ହରିୟାନାରେ ପ୍ରତିଷ୍ଠା ହେବା କଥା ସରକାର ଘୋଷଣା କରିଛନ୍ତି । ତେବେ ଦେଶରେ ମେଡ଼ିକାଲ କଲେଜ ଖୋଲିବାରେ ରାଜ୍ୟ ଠାରୁ କେନ୍ଦ୍ର ସରକାର ବ୍ୟସ୍ଥ କିନ୍ତୁ ବାସ୍ତବ ସ୍ଥିତି ଓଲଟା । ଦେଶରେ ବିଗିଡ଼ି ଯାଇଛି ସ୍ୱାସ୍ଥ୍ୟବସ୍ଥା । ଗରିବ ଲୋକ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ଜୀବନ ହାରୁଛି । ବର୍ଷ ପରେ ବର୍ଷ ସରକାର ସ୍ୱାସ୍ଥ୍ୟ ବଜେଟ୍ ହ୍ରାସ କରୁଛନ୍ତି । ଦିନକୁ ଦିନ ଜୀବନରକ୍ଷାକାରୀ ଓøଷଧ ମୂଲ୍ୟ ବୃନ୍ଧି ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଟି କୋଟି ଡ଼ାକ୍ତର ପଦବୀ ଫାଙ୍କା ପଡ଼ିଛି । ଏପରି ସମୟରେ ସରକାର ମେଡ଼ିକାଲ କଲେଜ ଖୋଲୁଥିଲେ ମଧ୍ୟ ଡ଼ାକ୍ତର ନିଯୁକ୍ତି କ୍ଷେତ୍ରରେ ବିଫଳ ହୋଇଛନ୍ତି । ଯାହାଦ୍ୱାରା ସାଧାରଣ ଲୋକ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିବା ଜଣାପଡ଼ିଛି । କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାରେ ୧୦ଲକ୍ଷ ରୋଗୀଙ୍କୁ ମାଗଣା ଚିକିତ୍ସା ଦେଇଥିବା ପ୍ରକାଶ କରିଥିବା ବେଳେ ଆମ ରାଜ୍ୟ ଏହାକୁ କାର୍ଯ୍ୟକାରୀ ହୋଇନାହିଁ ।
ମୋଦୀ ସରକାରଙ୍କ ସ୍ୱାସ୍ଥ୍ୟ ବଜେଟ; ମଦ ନୂଆ ବୋତଲ ପୁରୁଣା !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
