ଯାଜପୁର : “ରକ୍ତଦାନ ମହାପୂଣ୍ୟ” ଏହି ଶ୍ଲୋଗାନକୁ ଭିତିକରି ଡିଭାଜନ ଆନୁକୁଲ୍ୟରେ ଜାତିର ପିତା ମହାତ୍ମାଗାନ୍ଧିଙ୍କ ମହାପ୍ରୟାଣ ଦିବସ ଅବସରରେ ଯାଜପୁର ଜିଲ୍ଲା କଂଟିଗଡିଆସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ମେଘା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଉଦଘାଟକ ଭାବେ ଯାଜପୁର ଜିଲ୍ଲା ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ଶତପଥି ଆନୁଷ୍ଠାନିକ ଭାବେ ଦ୍ଘାଟନ କରିଥିବା ବେଳେ ଅତିଥି ଭାବେ ଜାତୀୟ ମାନବ ଅଧିକାର ଓ ସାମାଜିକ ନ୍ୟାୟ ଆୟୋଗ କମିଶନର ରାଷ୍ଟ୍ରୀୟ ସଚିବ ଶ୍ରୀଯୁକ୍ତ ଅଭିଜିତ ଦୀକ୍ଷିତ୍ ଯୋଗଦାନ କରି ରକ୍ତଦାନ ଶିବିର ସଂପର୍କରେ ରକ୍ତଦାତା ଓ ଉପସ୍ଥିତ ଗ୍ରାମଂଚଳ ଲୋକମାନଙ୍କୁ ବହୁ ମୂଲ୍ୟବାନ ତଥ୍ୟପ୍ରଦାନ କରିଥିଲେ । ଡିଭିଜନର ପରିଚାଳକ ମନେରଞ୍ଜନ କରଙ୍କ ଆୟୋଜିତ ଏହି ଶିବିରରେ ଶିଶୁ ସୌରଭ ସଂପାଦକ ଶ୍ରୀଯୁକ୍ତ ଅଭିମନ୍ୟୁ ଧଳ, ସାଧନାର ସ୍ୱରୂପ ସଂପାଦକ ଶ୍ରୀଯୁକ୍ତ ଦେବବ୍ରତ ଦେବତା, ଶିକ୍ଷକନେତା ବଟକୃଷ୍ଣ ମହାରଣା, ପ୍ରାକ୍କତନ ସରପଂଚ ଶ୍ରୀଯୁକ୍ତ ଉତମ କୁମାର ଦାସ ଯୋଗଦାନ କରି ରକ୍ତଦାନ ଶିବିର ସଂକ୍ରାନ୍ତରେ ମତବ୍ୟକ୍ତ କରିଥିଲେ ।ଯାଜପୁର ରେଡକ୍ରସ ଡାକ୍ତର ଓ ସହଯୋଗୀମାନେ ଏହି ଶିବିରକୁ ସୁଚାରୁରୂପେ ପରିଚାଳନା କରି ୫୦ରୁ ଉର୍ଦ୍ଧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।
ରକ୍ତଦାନ ଶିବିର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Murrayglamy on ଛଅବର୍ଷ ବୟସରେ ହୋଇଥିଲା ବାଲ୍ୟ ବିବାହ, ୧୨ବର୍ଷ ପରେ ଏଥିରୁ ମୁକୁଳି ପାରିଲେ ଯୁବତୀ
- Edwardweatt on ସୁସ୍ଥ ହେଲେ ପୁରୀର ଏକମାତ୍ର କରୋନା ଆକ୍ରାନ୍ତ
- JustinIcole on ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- RichardGop on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- EldenMeate on ସଞ୍ଜୟ ଦାସବର୍ମା ହେଲେ ଯୋଜନା ବୋର୍ଡର ଉପାଧ୍ୟକ୍ଷ
