ବାଲେଶ୍ୱର: ପୁଣି ବିଜ୍ଞାନ ଉପରେ ଭାରି ପଡ଼ିଗଲା ଅନ୍ଧବିଶ୍ୱାସ । ଏପରିକି ଅନ୍ଧ ଗଳିରେ ଅନ୍ଧବିଶ୍ୱାସ ମଧ୍ୟରେ ବଂଚିବାକୁ ଯାଇ କୋମାରେ ଥିବା ବାପାଙ୍କୁ ଝଡ଼ାଫୁଙ୍କା କରିବା ଦ୍ୱାରା ବାପାର ଜୀବନ ଯାଇଛି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ପାଣିଶାଉଁଳି ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାଅନୁଯାୟୀ ଗାଁର ଜାନୁ ସୁରୋନ ଗତ ୧୯ ତାରିଖରେ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଗଣ୍ଡିବେଡ ନିକଟରେ ଏକ ବାଇକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ସମୟରେ ଜାନୁ ଚେତାଶୂନ୍ୟ ହେଇଥିବା ବେଳେ ସ୍ଥାନୀୟ ଲୋକ ଜିଲ୍ଲା ମେଡ଼ିକାଲକୁ ନେଇଥିଲେ । ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରୀତ କରିଥିଲେ । କିନ୍ତୁ ପରିବାରରେ ଅଭାବ ଅନଟନ ଲାଗି ରହିଥିବା କାରଣରୁ ବାପାଙ୍କୁ ଚିକିତ୍ସାରେ ଡ଼ୋରି ବନ୍ଧା ହେବା ସହ ଘରକୁ ଫେରାଇ ଆଣିଥିଲେ । ଦିନ ଯେତିକି ଗଡ଼ୁଥିଲା ବାପାଙ୍କ ଅବସ୍ଥା ସେତିକି ବିଗୁଡ଼ୁଥିଲା । ଶେଷରେ ବାପା କୋମାକୁ ଚାଲିଯାଇଥିବା ଜାଣିବା ପରେ ପରିବାର ଲୋକ ନିରୂପାୟ ହୋଇ ଗୁଣି ଗାରେଡ଼ିର ଆଶ୍ରୟ ନେଇଥିଲେ । ବାପାଙ୍କୁ ଭଲକ କରିବା ପାଇଁ କସ୍ତିପଦା ଅଂଚଳରୁ ଏକ ଗୁଣିଆକୁ ଡ଼କାଇ ଥିଲେ । ଗୁଣିଆ ଶନିଗ୍ରହ ଖରପ ଥିବାରୁ ଆବଶ୍ୟକ ପୂଜାସାମଗ୍ରୀ ସହ ୨ ଦିନ ଧରି ଝଡ଼ାଫୁଙ୍କା କରିଥିଲା । ଗୁଣିଆ ସମସ୍ତ ଚେଷ୍ଟା ଫେଲ ହେବା ସହ ଶେଷରେ ଜୀବନ ହାରିଥିଲା ଜାନୁ । ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଆଲୋଚନା ଜାରି ରହିଛି ।
ବିଜ୍ଞାନ ଉପରେ ଭାରି ପଡ଼ିଗଲା ଅନ୍ଧବିଶ୍ୱାସ; ରୋଗୀଣା ବାପାଙ୍କୁ ଝଡ଼ାଫୁଙ୍କା ଜୀବନ ନେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
