ଦିଲ୍ଲୀ ; ପଲ୍ଲୀରୁ ଏବେ ଦିଲ୍ଲୀକୁ ଗଲା ଚାଷୀ ଆନ୍ଦୋଳନ । ଚାଷୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଛି ବିଜେଡି । କୃଷକଙ୍କ ହକ ନେଇ ଦିଲ୍ଲୀରେ ବିଜେଡିର ରଣ ହୁଙ୍କାର । କୃଷକ ଅଧିକାର ସମାବେଶ ଆୟୋଜନ କରି ପ୍ରତିବାଦର ସ୍ୱର ଉଠାଇଛି ବିଜୁ ଜନତା ଦଳ । ହଜାର ହଜାର ଆନ୍ଦୋଳନକାରୀ ଆଜି ଦିଲ୍ଲୀ ଦରବାରରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ତଥା ୨୦୧୪ ନିର୍ବାଚନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶୃତି ମୁତାବକ ଧାନର ସହାୟକ ମୂଲ୍ୟ ବୃଦ୍ଧି ନକରି ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କ ସହ ପ୍ରତାରଣା କରୁଥିବା ଏବଂ ରାଜ୍ୟ ସରକାରଙ୍କ ବାରମ୍ବାର ଆଲୋଚନ ଏବଂ ଚିଠି ଲେଖିବା ପରେ ମଧ୍ୟ କେନ୍ଦ୍ର ସରକାରଙ୍କ ଚୁପ୍ ରହିବା ନୀତି କୁ ନେଇ ଜୋର ଧରିଛି ଆନ୍ଦୋଳନ । ଏହି ପ୍ରତିବାଦରେ ଆଜି ଦିଲ୍ଲୀର ତାଲକୋଟ ଷ୍ଟାଡିୟମରେ ଆୟୋଜିତ ସମାବେଶରେ ସାମିଲ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ହଜାର ହଜାର ବିଜେଡି ସମର୍ଥକ, ଦଳୀୟ କର୍ମୀ , ବିଧାୟକ ,ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ଦଳୀୟ କର୍ମୀ । ଓଡିଶାର ଦାବି ପ୍ରତି କେନ୍ଦ୍ରର ସହାନୁଭୂତି ନଥିବା, ସଂଘୀୟ ବ୍ୟବସ୍ଥାରେ ରାଜ୍ୟକୁ କେନ୍ଦ୍ରର ସହେଯାଗ ନକରିବା ଅଭିଯୋଗ କରିବା ସହ ରାଜ୍ୟ ପ୍ରତିନିଧିଙ୍କୁ ଭେଟିବା ପାଇଁ ୫ ମିନିଟ ସମୟ ଦେଇପାରୁନଥବା ମୋଦି ଆଗାମୀ ନିର୍ବାଚନ ପାଇଁ କିପରି ବାରମ୍ବାର ଓଡିଶା ଗସ୍ତରେ ଆସିବା ପାଇଁ ସମୟ ପାଉଛନ୍ତି ତାହା ପ୍ରଶ୍ନ କରିଛି ବିଜେଡି । ବିଜେଡି ଆହୁରି ମଧ୍ୟ କହିଛି ମୋଦି ସରକାରଙ୍କ ବିରୋଧରେ ଆନ୍ଦୋଳନ ଦିଲ୍ଲୀରୁ ପଲ୍ଲୀ ଯାଏ ହେବ, ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ।
କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତିକୁ ନେଇ ଦିଲ୍ଲୀରେ ଗର୍ଜିଲା ବିଜେଡି !

You Might Also Like
Leave a Comment
Leave a Comment
- Advertisement -