(ଚଳିତ ବର୍ଷାରମ୍ଭରୁ ବୃହସ୍ପତି ଅକ୍ଟୋବର ଶେଷଯାଏ ବିଛା ରାଶିରେ ଓ ଶନି ଧନୁରାଶିରେ ରହିବେ । ରାହୁ ଓ କେତୁ ଯଥାକ୍ରମେ ମକର ଓ କର୍କଟରେ ରହି ମାର୍ଚ୍ଚ ୭ ତାରିଖ ଠାରୁ ବର୍ଷ ଶେଷଯାଏ ରାହୁ ମିଥୁନ ରାଶିରେ ଏବଂ କେତୁ ଧନୁରାଶିରେ ରହିବେ । ଗ୍ରହଗୋଚରାନୁକ୍ରମେ ରାଶି ସମାଚାର ବର୍ଣ୍ଣିତ)

ମେଷ : (ନାମର ଆଦ୍ୟ ଅକ୍ଷର – ଚୁ, ଚେ, ଚୋ, ଲା, ଲୀ, ଲୁ, ଲୋ, ଅ)
ଏ ବର୍ଷ ଆପଣଙ୍କୁ ବର୍ଷାରମ୍ଭରେ ଭାଗ୍ୟ ଉନ୍ନତିର ଆଶାକୁ ଉଜ୍ଜିବିତ କରିବ । ମାନ ସମ୍ମାନ ବଢ଼ି·ଲିବ । ସୁଖ୍ୟାତି ଅର୍ଜ୍ଜନ କରିବେ । ପରନ୍ତୁ ଜୁନ୍ ବା ଜୁଲାଇ ମାସରେ କୌଣସି ଆକସ୍ମିକ ପରିସ୍ଥିତିରୁ ଶୋକ କରିବାର ଆଶଙ୍କା, ସାମୟିକ ଅସୁସ୍ଥତା ଅନୁଭବ କରିବେ । ଅଯଥାରେ ବ୍ୟୟ ବୃଦ୍ଧି ବିଚଳିତ କରିବ । ଚଳିତ ବର୍ଷରେ ବୈବାହିକ ଜୀବନ ବେଶ୍ ଆମୋଦିତ ହେବ । ଗୃହନିର୍ମାଣ ବା ଗୃହ ପରିବର୍ତ୍ତନର ସମ୍ଭାବନା । ଅନେକ ସମୟରେ ଅଯଥାରେ ବନ୍ଧୁମାନଙ୍କ ପାଇଁ ମାନସିକ ପୀଡ଼ା ପାଇ ପାରନ୍ତି । ରୋଜଗାରରେ ସାମାନ୍ୟ ହ୍ରାସ ପାଇବ । ପାରିବାରିକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଉଚିତ । ନଚେତ୍ ଆତ୍ମୀୟସ୍ୱଜନଙ୍କ ସହିତ ଦ୍ୱନ୍ଦ୍ୱ ଉପୁଯିବ । ବ୍ୟବସାୟ କ୍ଷେତ୍ରରେ ନୂତନ ଚିନ୍ତାଧାରାକୁ ଆପଣେଇ ଲାଭବାନ୍ ହେବେ । ହେଲେ ଦୂରଯାତ୍ରା ଆଶଙ୍କା, ·କିରି କ୍ଷେତ୍ରରେ ଅକସ୍ମାତ୍ କୌଣସି ବଡ଼ ସାଫଲ୍ୟତା ମିଳିବ । ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସା ଭାଜନ ହେବେ । ମହିଳାମାନେ ପାରିବାରିକ ଜୀବନରେ ସୁସ୍ଥତା ଅନୁଭବ କରିବେ । ଛାତ୍ରୀ ଓ ଛାତ୍ରମାନେ ଗବେଷଣାତ୍ମକ ବିଦ୍ୟାରେ ମନ ନିବେଶ କରିବେ ।

ବୃଷ : (ନାମର ଆଦ୍ୟ ଅକ୍ଷର – ଇ, ଉ, ଏ, ଓ, ବା, ବି, ବୁ, ବେ ବେ ।)
ଏ ବର୍ଷ ଆପଣଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡ଼ିବ । ସ୍ୱାସ୍ଥ୍ୟଗତ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଅଯଥା କଳହ ତଥା ଯୁକ୍ତିତର୍କ ଠାରୁ ଦୂରେଇ ରହିବା ଶ୍ରେୟସ୍କର ହେବ । ତଥା ବର୍ଷର ପ୍ରଥମାର୍ଦ୍ଧର ଶେଷ ଆଡ଼କୁ ବିଭିନ୍ନ ସମସ୍ୟାର ସମାଧାନ ହେବାର ଆଶା । ପରିବାରକୁ ନେଇ ମାନସିକ ଅଶାନ୍ତି ଆସିବାର ସମ୍ଭାବନା । ଯାତ୍ରାରେ ପରିଶ୍ରମ ଯୋଗ । କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକକୁ ପାରକରି ସଫଳତା ହାସଲ କରିବେ । ସାଂସାରିକ ଜୀବନରେ ବୁଝାମଣାର ଅଭାବରୁ ମତମତାନ୍ତର ସୃଷ୍ଟି । ନିଜର କ୍ରୋଧକୁ ନିୟନ୍ତ୍ରଣ ବିହୀନ କଲେ ଅସୁବିଧାର ଆଶଙ୍କା, କୋର୍ଟ କଚେରୀରେ ଥିବା ବା ·ଲିଥିବା ମାଲି ମକଦ୍ଦମାରେ ବିଜୟ ପ୍ରାପ୍ତ କରିବେ । ଆୟଠାରୁ ବ୍ୟୟର ପରିମାଣ ବୃଦ୍ଧି ପାଇବ । ଶେୟାର ବଜାରରେ ଆପଣ କ୍ଷତିର ସମ୍ମୁଖୀନ ହୋଇପାରନ୍ତି । ବନ୍ଧୁପରିଜନ ଅନେକ ସମୟରେ ନିରାଶ କରିବେ । ବ୍ୟବସାୟ କ୍ଷେତ୍ରରେ ନମ୍ରତା ବ୍ୟବହାର ହିଁ ଆପଣଙ୍କୁ ଲାଭାନ୍ୱିତ କରିବ । ·କିରି ଜୀବନରେ କର୍ତ୍ତୃପକ୍ଷଙ୍କ କ୍ରୋଧର ଶିକାର ହେବେ । ମହିଳାମାନେ ସଂସାର ଜଞ୍ଜାଳରେ ବ୍ୟତିବ୍ୟସ୍ତ ହେବେ । ଛାତ୍ରଛାତ୍ରୀମାନେ ନିଜର ଜିଦ୍ଖୋର ପଣରୁ କ୍ଷତିରେ ପଡ଼ିବେ ।

ମିଥୁନ : (ନାମର ଆଦ୍ୟ ଅକ୍ଷର – କା, କୀ, କୁ, ଘ, ଙ, କେ, କୋ, ହ)
ଏ ବର୍ଷ ଆପଣଙ୍କର ମାନସିକ ଅଶାନ୍ତି ତଥା ଦୁଶ୍ଚିନ୍ତା କାରଣରୁ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଉଦରଗତ ପୀଡ଼ା ପାଇଁ ସାମୟିକ ଖର୍ଚ୍ଚାନ୍ତ ହେବାର ଆଶା । ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ନରଲେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କୌଣସି କାରଣରୁ ପଡ଼ୋଶୀ ତଥା ପାରିବାରିକ ମତାନ୍ତର ସୃଷ୍ଟି ହେବାର ଆଶା । ଆୟବ୍ୟୟ ପ୍ରାୟତଃ ସମାନ ରହିବ । ନିଜ ସନ୍ତାନ ସନ୍ତତିଙ୍କ ପାଇଁ ନିଜକୁ ଗୌରବାନ୍ୱିତ ମନେ କରିବେ । ଅକସ୍ମାତ୍ କୌଣସି ସୂତ୍ରରୁ ଧନାଗମ ହେବାର ସୂଚନା । ଯାନବାହନରେ ଯିବା ଆସିବା ସମୟରେ ସାବଧାନତା ଅବଲମ୍ବନ କରଣୀୟ । ଅନ୍ୟଥା ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନକଲେ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟିର ସମ୍ଭାବନା । ପତିପତ୍ନୀ ମଧ୍ୟରେ ଉତ୍ତମ ବୁଝାମଣା ରକ୍ଷାକରିବା ଉଚିତ । ବ୍ୟବସାୟ କ୍ଷେତ୍ରରେ ଉତ୍ଥାନ ପତନ ଲାଗିରହିବ । ନିଜ ସହଯୋଗୀ ସ୍ୱାର୍ଥପର ହୋଇପାରନ୍ତି । ·କିରିରେ ପଦୋନ୍ନତି ଯୋଗ ରହୁଛି । କିନ୍ତୁ ସହକର୍ମୀଙ୍କ ହିଂସାର ଶିକାର ହେବେ । ମହିଳାମାନେ ନୂତନ ଗୃହପ୍ରବେଶର ସୁଯୋଗ ଲାଭ କରିବେ । ଛାତ୍ରଛାତ୍ରୀମାନେ ଶ୍ରମାନୁପାତରେ ଫଳ ଲାଭକରି ଆନନ୍ଦିତ ହେବେ ।

କର୍କଟ : (ନାମର ଆଦ୍ୟ ଅକ୍ଷର – ହି, ହୁ, ହେ, ହୋ, ଡା, ଡୀ, ଡୁ, ଡେ, ଡେ ।) ବର୍ଷ ଆରମ୍ଭରୁ ଶାରୀରିକ ଅସୁସ୍ଥତା ମନକୁ ବିଚଳିତ କରିବ । ସନ୍ତାନ ସନ୍ତତିଙ୍କ ଅନ୍ୟ ମନସ୍କତା ପାଇଁ ବ୍ୟସ୍ତତା ଅନୁଭବ କରିବେ । ପାରିବାରିକ ଜୀବନରେ ମତଭେଦ ହେବାର ଆଶଙ୍କା ତଥାପି ପରିବାରରେ ଶାନ୍ତି ଅନୁଭବ କରିବେ । ରୋଜଗାରର ପରମାଣ ବଢ଼ିବ । ପୁରାତନ ପ୍ରାପ୍ୟ ପାଇ ଅ ।ନନ୍ଦିତ ହେବେ । ଅଯଥା ଖର୍ଚ୍ଚ ସାମୟିକ ଭାବରେ ହୋଇ·ଲିବ । ବର୍ଷର ଶେଷ ଦୁଇ ମାସ କୌଣସି କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ କଟାଇବେ । ଯାନବାହନ ଦୁର୍ଘଟଣାର ଆଶଙ୍କା ରହୁଥିବାରୁ ·ଳନା ସମୟରେ ସାବଧାନତା ଅବଲମ୍ବନ କଲେ ଉତ୍ତମ, ମାନ ସମ୍ମାନରେ ଉନ୍ନତି ପରଲକ୍ଷିତ ହେବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ । ବ୍ୟବସାୟୀମାନେ ନୂତନ ବ୍ୟବସାୟ ପ୍ରତି ମନ ବଳାଇ ଲାଭବାନ୍ ହେବେ । ·କିରି କ୍ଷେତ୍ରରେ ପଦୋନ୍ନତି ହେବା ସହିତ ପରିଶ୍ରମର ପରିମାଣ ବୃଦ୍ଧିପାଇବ । ମହିଳାମାନେ ମାଙ୍ଗଳିକ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ହେବ । ଛାତ୍ରଛାତ୍ରୀ ଏ ବର୍ଷ ଅଧିକ ପରିଶ୍ରମ କଲେ ସାଫଲ୍ୟତା ପ୍ରାପ୍ତ ହେବେ ।

ସିଂହ : (ନାମର ଆଦ୍ୟ ଅକ୍ଷର – ମା, ମି, ମୁ, ମେ, ମୋ, ଟା, ଟି, ଟୁ, ଟେ ।)
ଏ ବର୍ଷ ଆପଣଙ୍କର ବର୍ଷ ଆରମ୍ଭରୁ ମାନ-ସମ୍ମାନ ଓ ଯଶ ଖ୍ୟାତି ଅଭିବୃଦ୍ଧି ହେବାର ସୂଚନା । ଅ·ନକ ପ୍ରାପ୍ତି କରି ଆନନ୍ଦିତ ହେବେ । କୁଟୁମ୍ବ ବା ପଡ଼ୋଶୀଙ୍କ ସହିତ ଜମିଜମା ନେଇ ଗଣ୍ଡଗୋଳ ଉପୁଜିପାରେ । ଆର୍ଥିକ ସ୍ଥିତିର ଉନ୍ନତି ନିମନ୍ତେ ଯଥେଷ୍ଟ ଯତ୍ନବାନ୍ ହେବା ଉଚିତ । ବୈବାହିକ ଜୀବନରେ ଆନନ୍ଦ ଲାଭ ହେବ । ବାଦବିବାଦ ଯାହାକିଛି ଉପୁଜିଲେ ମଧ୍ୟ ଅନାୟାସରେ ତାହା ସମାଧାନ ହୋଇଯିବ । ଅନେକ ସମୟରେ ଅସହାୟତା ବୋଧ ହେବ । ଶୁଭକାର୍ଯ୍ୟ ନିମନ୍ତେ ଅନୁକୂଳ ପରିସ୍ଥିତି ଆସିବ ନାହିଁ । ଶତ୍ରୁପକ୍ଷଙ୍କ ପାଇଁ ଅଶାନ୍ତି ଅନୁଭବ କରିବେ । କୌଣସି ଗୁରୁଜନ ବା ପ୍ରିୟବନ୍ଧୁଙ୍କର ମୃତ୍ୟୁରେ ସନ୍ତାପିତ ହେବାର ଆଶଙ୍କା । ବ୍ୟବସାୟୀମାନେ ଚଳିତ ବର୍ଷ ଶ୍ରାମନୁସାରେ ଲାଭବାନ୍ ହେବାର ସୂଚନା । ·କିରି କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗରୁ ଅସନ୍ତୋଷ ଉପୁଯିବ । ମହିଳାମାନେ ବର୍ଷର ଅର୍ଦ୍ଧାଧିକ ଭାଗ ଅଶାନ୍ତିରେ କାଟିବେ । ଛାତ୍ରଛାତ୍ରୀମାନେ କର୍ମପଥରେ ଅଧିକ ପ୍ରଯତ୍ନଶୀଳ ହେଲେ ଆଶାନୁରୂପ ଫଳ ଲାଭ କରିବେ।

କନ୍ୟା : (ନାମର ଆଦ୍ୟ ଅକ୍ଷର – ଟୋ, ପ, (ପ୍ର), ଷ, ଣ, ଠ, ପେ, ପେ ।)
ଅ ।ପଣଙ୍କର ଚଳିତ ବର୍ଷ ଶୁଭାଶୁଭ ମିଶ୍ରିତ ଫଳ ଲାଭ ହେବ । କର୍ମକ୍ଷେତ୍ରରେ କ୍ରମଶଃ ଅଗ୍ରସର ହେବେ । ତଥାପି ଶତ୍ରୁମାନେ ସର୍ବଦା ଅସୁବିଧାରେ ପକାଇବା ପାଇଁ ଉଦ୍ୟମ କରିବେ । ସ୍ଥାନ ପରିବର୍ତ୍ତନର ଆଶଙ୍କା । ବନ୍ଧୁ ମତାନ୍ତର ହେତୁ ପାଖ ଲୋକମାନେ ସ୍ୱାର୍ଥପର ବ୍ୟବହାର କରିବେ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ପାରିବାରିକା ଜୀବନରେ ସାମାନ୍ୟ ଦ୍ୱନ୍ଦ୍ୱକୁ ଛାଡ଼ି ପ୍ରାୟତଃ ସୁରୁଖୁରୁରେ ବିତିବ । କର୍ମକ୍ଷେତ୍ରରେ ସାମୟିକ ଠକାମିର ଶିକାର ହୋଇପାରନ୍ତି । ତୀର୍ଥ ଯାତ୍ରାର ସୁଯେ ।ଗ ଆସିପାରେ । ସନ୍ତାନ ସନ୍ତତିଙ୍କ ପାଇଁ ମନରେ ବ୍ୟାକୁଳତା ଆସିବ । କୌଣସି ଜମିବାଡ଼ି କ୍ରୟ କିମ୍ବା ଗୃହନିର୍ମାଣ ନିମନ୍ତେ ଅନୁକୂଳ ପରିସ୍ଥିତି ଆସିବ । ବ୍ୟବସାୟ ଧୀର ମନ୍ଥର ଗତିରେ ·ଲିବ । ଲାଭର ପରିମାଣ କମ୍ ହେବ । ·କିରି କ୍ଷେତ୍ରରେ ଝାମେଲା ବଢ଼ିବା ସହିତ ଉଚ୍ଚ ପଦାଧିକାରୀଙ୍କୁ ସନ୍ତୁଷ୍ଟ କରିବା ବାଞ୍ଛନୀୟ । ମହିଳାମାନଙ୍କ ପାଇଁ ବର୍ଷଟି ଖୁବ୍ ଭଲ । ପୁରାତନ କାର୍ଯ୍ୟ ସାଧନରେ ଆନନ୍ଦ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ଅଗ୍ରସର ହେଲେ ମଧ୍ୟ ଖେଳକୁଦରେ ଆଘାତ ପ୍ରାପ୍ତ ହୋଇପାରନ୍ତି ।

ତୁଳା : (ନାମର ଆଦ୍ୟ ଅକ୍ଷର – ରା, ରୀ, ରୁ, ରେ, ରୋ, ତା, ତୀ, ତୁ ତେ) ଚଳିତ ବର୍ଷ ସାରା ଆପଣଙ୍କ ଶନି ଏବଂ ବୃହସ୍ପତିଙ୍କର ଗୋଚରରେ ଶୁଭଫଳ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ନିର୍ଭୟରେ ଆଗେଇ ·ଲିବେ । ଶତ୍ରୁମାନେ ପରାହତ ହେବେ । ଶାରୀରିକ ସୁସ୍ଥତା ଅନୁଭବ କଲେ ମଧ୍ୟ ଜୁଲାଇ ଓ ଅଗଷ୍ଟ ମାସରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କୌଣସି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବାର ସୂଚନା । ଆମୋଦ ପ୍ରମୋଦରେ କାଳାତିପାତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସୂତ୍ରରୁ ଆୟର ପରିମାଣ କ୍ରମେ ବୃଦ୍ଧି ପାଇବ । ପାରିବାରିକ ଜୀବନରେ ସୁଖ ଶାନ୍ତି ବଜାୟ ରହିବ । ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ସୁଯୋଗ ଆସିବ । ସାମାଜିକ କ୍ଷେତ୍ରରେ ଯୋଗଦାନ କରି ପ୍ରଶଂସା ଭାଜନ ହେବେ । ନିଜର ଲୋକସମ୍ପର୍କ ବୃଦ୍ଧି ପାଇବ । ଯାନ ବାହନ ବା ଜମିବାଡ଼ି କ୍ରୟ କରିପାରନ୍ତି । କୌଣସି ଅଜଣା ବ୍ୟକ୍ତି ଦ୍ୱାରା ଆୟ ବଢ଼ିବାର ଆଶା । ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରି·ଲିବେ । କର୍ମ·ରୀଙ୍କ ଦ୍ୱାରା ପ୍ରତାରିତ ହେବେ । ·କିରି ବା କର୍ମଜୀବୀମାନଙ୍କ ପାଇଁ ବର୍ଷଟି ଅନୁକୂଳ ହେବ । ପଦୋନ୍ନତିର ଆଶା । ଲୋକସମ୍ପର୍କ ଓ ପ୍ରାଧାନ୍ୟତା ବଢ଼ିବ । ମହିଳାମାନେ ହସ ଖୁସିରେ ସାରା ବର୍ଷ ବିତାଇବେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରେ ମନ ନିବେଶ କରି ପ୍ରଶଂସିତ ହେବେ ।

ବିଛା : (ନାମର ଆଦ୍ୟ ଅକ୍ଷର – ତୋ, ନା, ନୀ, ନୁ, ନେ, ନୋ, ଯା, ଯୀ, ଯୁ) ଆପଣଙ୍କର ଚଳିତ ବର୍ଷ ଜନ୍ମ ବୃହସ୍ପତି ହେତୁ ଫଳ ସେତେ ଶୁଭଦାୟକ ହେବନାହିଁ । ଅନେକ ସମୟରେ ବିଭିନ୍ନ କାର୍ଯ୍ୟବ୍ୟସ୍ତତା ମଧ୍ୟ ଦେଇ ଗତି କରିବେ । ଅଶାନ୍ତି, ଦୁଶ୍ଚିନ୍ତା ତଥା ଅସ୍ଥିରତାର ପରିମାଣ ବୃଦ୍ଧି ପାଇବ । କରାଯାଉଥିବା କାମ କ୍ରମେ ପଛେଇ ଯିବ । ଶାରୀରିକ ଅସୁସ୍ଥତା ପ୍ରାୟତଃ ଭୋଗ କରିବେ । ଉଦର ପୀଡ଼ା ସହିତ ହସ୍ତ ଓ ପାଦରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଆୟ ଅନୁପାତରେ ବ୍ୟୟର ପରିମାଣ ବୃଦ୍ଧିପାଇବ । ଫଳରେ ଋଣ ଗ୍ରସ୍ତ ହେବାର ଆଶଙ୍କା । ପାରିବାରିକ ଜୀବନ ବେଶ୍ ଶାନ୍ତିରେ କଟିବ । ଘରେ ସହଯୋଗ ଲାଭ କରିବେ । ସନ୍ତାନ ସନ୍ତତିଙ୍କ ଉନ୍ନତିରେ ଆପ୍ୟାୟିତ ହେବେ । ବହୁ ସମୟରେ ଗୁରୁଜନମାନଙ୍କ ସ୍ୱାସ୍ଥ୍ୟଚିନ୍ତାରୁ ଜଞ୍ଜାଳ ବୃଦ୍ଧି ହେବାର ଆଶଙ୍କା । ବ୍ୟବସାୟ କ୍ଷେତ୍ରରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ନହେଲେ ଅସୁବିଧା ହୋଇପାରେ । ·କିରି ଜୀବନରେ ଯଶ ଖ୍ୟାତି ଅବ୍ୟାହତ ରହିଲେ ମଧ୍ୟ ପରିଶ୍ରମର ପରିମାଣ ବୃଦ୍ଧିପାଇବ । ମହିଳାମାନେ ପରିବାରରେ ନିଜର ଆଧିପତ୍ୟ ବଜାୟ ରବେ । ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀମାନେ କ୍ରମାନୁଯାୟୀ ଫଳ ଲାଭ କରି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାଫଲ୍ୟତା ଅର୍ଜ୍ଜନ କରିବେ ।

ଧନୁ : (ନାମର ଆଦ୍ୟ ଅକ୍ଷର – ଯେ, ଯୋ, ଭ, ଭି, ଭୁ, ଧ, ଫ, ଦ, ମେ)
ଚଳିତ ବର୍ଷ ସାରା ଜନ୍ମ ଶନି ତଥା ଦ୍ୱାଦଶ ବୃହସ୍ପତି ବଳବତ୍ତର ରହିବେ । ଫଳରେ ଶୁଭଠାରୁ ଅଶୁଭ ଫଳାଧିକ୍ୟ ଆଶଙ୍କା । ପ୍ରାୟ ସମୟ ଅସ୍ଥିରତା ସହିତ ବିଭିନ୍ନ କାରଣରୁ ଦୁଶ୍ଚିନ୍ତା ଜାରି ରହିବ । ସାମୟିକ ଶାରୀରିକ ଅସୁସ୍ଥତା ବୋଧ କରିବେ । ମନର ଆଶା ଆଶାରେ ହିଁ ରହିଯିବ । ଆୟ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଅଯଥା ଖର୍ଚ୍ଚାନ୍ତ ଋଣଗ୍ରାହୀ କରାଇ ପାରେ । ବନ୍ଧୁବାନ୍ଧବଙ୍କ ଠାରୁ ଆଶ୍ୱସ୍ତି ଲାଭ କରିବେ । କିନ୍ତୁ ପାରିବାରିକ ସମସ୍ୟା ଜଟିଳ ବୋଧ ହେବ । ସାମାଜିକ କ୍ଷେତ୍ରରେ ଶ୍ରମ କରି ମଧ୍ୟ ଅପମାନିତ ହେବେ । ବିବାଦାସ୍ପଦ ବାର୍ତ୍ତା ବିନିମୟରୁ ହୁଏତ କୋର୍ଟକଚେରୀକୁ ଯିବା ପରି ପରିସ୍ଥିତି ଉପୁଯିବ । ସନ୍ତାନ ସନ୍ତତିଙ୍କ ସହଯୋଗ ପାଇ କିଛିଟା ଆନନ୍ଦ ଅନୁଭବ କରିବେ । ବ୍ୟବସାୟରେ ମନ୍ଥରତା ବିଚଳିତ କରିବ । ଆୟଠାରୁ କ୍ଷତିର ପରିମାଣ ବୃଦ୍ଧି ପାଇ ପାରେ । ·କିରି କ୍ଷେତ୍ରରେ ସହକର୍ମୀଙ୍କ ଅସଯୋଗ ବ୍ୟଥିତ କରିବ । ସ୍ଥାନାନ୍ତର ଯୋଗ ରହୁଅଛି । ମହିଳାମାନଙ୍କ ପାଇଁ ସାରାବର୍ଷ ସ୍ୱାସ୍ଥ୍ୟଗତ ସମସ୍ୟାରେ ବିଚଳିତ ହେବେ । ଛାତ୍ରଛାତ୍ରୀମାନେ ଅଧ୍ୟାପନାରୁ ବିରତ ରହି ଅକୃତ କାର୍ଯ୍ୟ ହେବେ ।

ମକର : (ନାମର ଆଦ୍ୟ ଅକ୍ଷର – ମୋ, ଜା, ଜୋ, ଖୁ, ଖେ, ଖୋ, ଗା, ଗୀ) ଆପଣଙ୍କର ଚଳିତ ବର୍ଷର ଫଳ ଶୁଭାଶୁଭ ମିଶ୍ରିତ ଅଟେ । ଶନିଙ୍କ ସ୍ଥିତି ଅଶୁଭ ଫଳଦାୟକ ହେଲେ ମଧ୍ୟ ଏକାଦଶ ବୃହସ୍ପତି ସମସ୍ତ ଆପଦକୁ ଖଣ୍ଡନ କରି ଶୁଭ ଫଳ ଦାନ କରିବେ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ଲାଭ କରି ଆପ୍ୟାୟିତ ହେବେ । ଆୟ ଭଲ ହେବ । ପୁରାତନ ଋଣ ପରିଶୋଧ ନିମନ୍ତେ ଅନୁକୂଳ ଅବସ୍ଥା ଆସିବ । ଜମିବାଡ଼ି କ୍ରୟ କିମ୍ବା ନୂତନ ନିର୍ମାଣ କାର୍ଯ୍ୟ ଧୀର ମନ୍ଥର ଗତିରେ ଅଗ୍ରସର ହେବ । ପାରିବାରିକ ଜୀବନରେ ନିଜର ଜୀବନ ସଙ୍ଗିନୀର ସାହାଯ୍ୟ ସହଯୋଗ ଲାଭ କରି ଉନ୍ନତି କରି ·ଲିବେ । ସନ୍ତାନ ସନ୍ତତିଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଦୂରଯାତ୍ରା ଯୋଗେ କର୍ମପଥରେ ସଫଳତା ପ୍ରାପ୍ତ ହେବ । ମୂଲ୍ୟବାନ୍ ଗୃହ ଉପକରଣ କ୍ରୟ କରିବାର ସୁଯୋଗ ଆସିବ । ବ୍ୟବସାୟୀମାନେ ନୂତନ ଚିନ୍ତାର୍ଥୀ ହେ ।ଇ ଅଧିକ ଲାଭବାନ୍ ହେବେ । ·କିରି କ୍ଷେତ୍ରରେ ନିଜକୁ ସ୍ୱାଧୀନତା ମିଳିବା ସଙ୍ଗେ ସଙ୍ଗେ ପ୍ରଶଂସାଭାଜନ ହେବେ । ମହିଳାମାନେ ଅ ।ନନ୍ଦରେ ବର୍ଷଟି କାଟିବେ । ଛାତ୍ରଛାତ୍ରୀମାନଙ୍କୁ ପଢ଼ାପଢ଼ିରେ ଶୁଭଫଳ ଲାଭ ହେବ ।

କୁମ୍ଭ : (ନାମର ଆଦ୍ୟ ଅକ୍ଷର – ଗୁ, ଗେ, ଗୋ, ସା, ସି, ସୂ, ସେ, ସୋ, ଦ)
ଆପଣଙ୍କର ଚଳିତ ବର୍ଷ ଶନି ଓ ବୃହସ୍ପତି ଶୁଭ ସ୍ଥାନରେ ଅବସ୍ଥାନ କରୁଥିବା ହେତୁ ସାମାନ୍ୟ ଅସୁବିଧାକୁ ଛାଡ଼ି ବର୍ଷ ଭଲରେ କଟିବ । ବନ୍ଧୁବାନ୍ଧବମାନଙ୍କ ସହଯୋଗ ଓ ସହାନୁଭୂତି ପାଇବେ । କର୍ମକ୍ଷେତ୍ରରେ ସହଯୋଗ ଲାଭ । ଆୟରେ ଅଭିବୃଦ୍ଧି ଘଟିବ । ଦୂରଯାତ୍ରା ଭ୍ରମଣାଦି ଯୋଗ ରହୁଅଛି । ମାତ୍ର ବହୁ ସମୟରେ ସାମର୍ଥ୍ୟ ଅନୁସାରେ ପରିଶ୍ରମ କରିବା ବାଞ୍ଛନୀୟ । ମଙ୍ଗଳକାର୍ଯ୍ୟ ବା ସାମାଜିକ କାର୍ଯ୍ୟକରି ପ୍ରଶଂସା ଭାଜନ ହେବେ । ଶତ୍ରୁମାନେ ଆପେ ଆପେ ଦୂରେଇ ଯିବେ । ନୂତନ ଗୃହ ନିର୍ମାଣର ସୁଯୋଗ ଆସିବ । ବିଳମ୍ବ ହେଲେ ମଧ୍ୟ କରିଥିବା କାର୍ଯ୍ୟ ଶେଷରେ ପହଞ୍ôଚବ । ବର୍ଷର ମଧ୍ୟଭାଗରେ ଉଦର ଅଥବା ସ୍ନାୟବିକ ପୀଡ଼ାର ଆଶଙ୍କା । ବ୍ୟବସାୟରେ ପରିଶ୍ରମାନୁସାରେ ପ୍ରଚୁର ଲାଭ ହେବ । ·କିରି କ୍ଷେତ୍ରରେ ପଦୋନ୍ନତି ବା ପଦମର୍ଯ୍ୟାଦା ବୃଦ୍ଧି । ସମ୍ମାନ ପ୍ରାପ୍ତି ହେବେ । ମହିଳାମାନେ ନୂତନ ବନ୍ଧୁ ଲାଭ କରିବା ସହିତ ହସ ଖୁସିରେ ଦିନ କାଟିବେ । ଛାତ୍ରଛାତ୍ରୀମାନେ ନିଜ କର୍ମକ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିବେ ।

ମୀନ : (ନାମର ଆଦ୍ୟ ଅକ୍ଷର – ଦୀ, ଦୁ, ଥ, ଝ, ଜ୍ଞ, ଦେ, ଦେ ।, · ଚି)
ଆପଣଙ୍କର ଚଳିତବର୍ଷ ବେଶ୍ ଭଲରେ କଟିବ । ମାଙ୍ଗଳିକ କାର୍ଯ୍ୟ କରିବାର ସୁଯୋଗ ଆସିବ । ସାମାଜିକ ସ୍ତରରେ ନିଜର ସମ୍ମାନ ଏବଂ ପ୍ରତିପତ୍ତି ବଢ଼ାଇବ । ପରିଶ୍ରମ ଅଧିକ ପଡ଼ିଲେ ମଧ୍ୟ ଶ୍ରମାନୁଯାୟୀ ସୁଫଳ ନିଶ୍ଚିତ ମିଳିବ । ରେ ।ଜଗାର କ୍ଷେତ୍ରରେ ବିଭିନ୍ନ ମାଧ୍ୟମରୁ ଅଭିବୃଦ୍ଧି ଘଟିବ । ଦାନ, ଧର୍ମ, ସେବା ଇତ୍ୟାଦି କର୍ମରେ ନିଜକୁ ସାମିଲ କରି ପ୍ରଶଂସାଭାଜନ ହେବେ । ନିଜର କ୍ରୋଧକୁ ସମ୍ବରଣ କରିବେ । ନଚେତ୍ ଅଯଥା ଦ୍ୱନ୍ଦ୍ୱ ମନକୁ ଭାରାକ୍ରାନ୍ତ କରିବ । ବାକ୍ ସଂଯମତା ରବା ବାଞ୍ଛନୀୟ । ପାରିବାରିକ କ୍ଷେତ୍ରରେ ପ୍ରତାରିତ ହେବାର ଆଶଙ୍କା ରହୁଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜମିଜମା କ୍ରୟ ଅଥବା ଅର୍ଥ ସଞ୍ଚୟ ଯୋଗ ରହୁଅଛି । ସନ୍ତାନ ସନ୍ତତିଙ୍କ ଉନ୍ନତିରେ ଆନନ୍ଦିତ ହେବେ । ବ୍ୟବସାୟ ଧୀର ମନ୍ଥର ଗତିରେ ·ଲିଲେ ମଧ୍ୟ ଲାଭରେ ରହିବେ । ·କିରି କ୍ଷେତ୍ରରେ ସହଯୋଗ ପ୍ରାପ୍ତି ଏବଂ ଲୋକସମ୍ପର୍କ ବୃଦ୍ଧି । ମହିଳାମାନେ ସର୍ବଦା ଖୁସିରେ ଦିନ କାଟିବା ସଙ୍ଗେ ସଙ୍ଗେ ଆଶା ଆକାଙ୍କ୍ଷା ପୂରଣ କରିପାରିବେ । ଛାତ୍ରଛାତ୍ରୀମାନେ ଅଧ୍ୟାପନାରେ ଉନ୍ନତି କରିବା ସହିତ ଉଚ୍ଚଶିକ୍ଷା ନିମନ୍ତେ ସୁଯୋଗ ପାଇପାରିବେ ।

ip камера tp link tapo http://ip-kamery-kaliningrad.ru
лента стальная 20 1 лента стальная упаковочная мягкая
Только лучшие материалы: https://megastroy77.ru
Ежедневный обзор: https://kuksaproject.ru
Подробности внутри: https://tele-bot.ru
Читать далее: https://franshiza-remontoff.ru
Нужна стальная лента? лента бандажная f 207 широкий ассортимент, разные толщины и марки стали. Выгодные цены, быстрая отгрузка и поставки для производства и строительства
сериал все серии сверхъестественное смотреть качестве
платная стоматология телефон стоматологии
организация свадьбы москва под ключ свадебное агентство москва
свадебные агентства под ключ сайт свадебного агентства
свадьба под ключ недорого свадьба в москве недорого
стоматология рядом телефон стоматологии
лента стальная упаковочная купить лента стальная упаковочная оцинкованная