ମୁୁମ୍ବାଇ ; ନୂଆ ବର୍ଷରେ ସମସ୍ତଙ୍କ ଠାରୁ ବିଦାୟ ନେଇଛନ୍ତି ବଲିଉଡ କମେଡି କିଙ୍ଗ କାଦର ଖାନ । ୮୧ ବର୍ଷ ବୟସରେ ଆଜି ତାଙ୍କର ମୃତ୍ୟୁ ହୋଇଛି । କାନାଡର ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ଆଖି ବୁଜିଛନ୍ତି ବଲିଉଡ ଜଗତର ଏହି ମହାନ ଅଭିନେତା । ପ୍ରକାଶ ଥାଉକି, ଦୀର୍ଘଦିନରୁ କାଦର ପ୍ରୋଗ୍ରେସିଭ ସୁପ୍ରାନ୍ୟୁକ୍ଲିୟର ରୋଗରେ ପୀଡିତ ଥିଲେ । ଯେଉଁଥି ପାଇଁ ସେ ଖାଦ୍ୟପାନୀୟ, କଥାବାର୍ତ୍ତା ଓ ଦେଖିବାରେ ମଧ୍ୟ କଷ୍ଟ ଅନୁଭବ କରୁଥିଲେ । ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରୁଥିବାରୁ ବାଇପ୍ୟାପ ଭେଣ୍ଟିଲେଟର ଥିଲେ ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗମ୍ଭୀର ରହିଥିଲା ।ଫଳରେ ଆଜି ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
କାବୁଲରେ ଜନ୍ମିତ କାଦର ଖାନ ପ୍ରାୟ ୩୦୦ଟି ଫିଲ୍ମରେ ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ୧୯୭୩ରେ ଅଭିନୟ କ୍ୟାରିୟର ଆରମ୍ଭ କରି ରାଜେଶ ଖାନ୍ନାଙ୍କ ଫିଲ୍ମ ‘ଦାଗ’ ରେ ଡେବ୍ୟୁ କରିଥିଲେ। ଆଉ ତା’ପରେ ସେ ପଛକୁ ଫେରିନଥିଲେ । ଖାଲି ଅଭିନୟ ନୁହେଁ, ବରଂ ସେ ପ୍ରାୟ ୨୫୦ଟି ଫିଲ୍ମର ଡାଇଲଗ ମଧ୍ୟ ଲେଖିଥିଲେ ।
ନୂଆ ବର୍ଷରେ ବିଦାୟ ନେଲେ କମେଡି କିଙ୍ଗ କାଦର ଖାନ୍ !

Leave a comment
Leave a comment