ଜ୍ୱାଇଁକୁ ମାରିଦେଲେ ଶ୍ୱଶୁର ଘର ଲୋକେ !

Odisha Hot News
1 Min Read


ଗଞ୍ଜାମ ; ଜ୍ୱାଇଁକୁ ମାରିଦେଲେ ଶ୍ୱଶୁର ଘର ଲୋକେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଭେଜିପୁଟାର କେଦାର ପାତ୍ରଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ମାରିଦେଇଥିବା ଅଭିଯୋଗ କରିଛନ୍ତି କେଦାରଙ୍କ ପରିବାର ଲୋକେ ।
ଅଭିଯୋଗ ଅନୁସାରେ କେଦାର କିଛି ଦିନ ତଳେ ସ୍ତ୍ରୀଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଶ୍ୱଶୁର ଘର ଲୋକଙ୍କ ସହିତ ବି ତାଙ୍କର ଝଗଡ଼ା ହୋଇଥିଲା। ଝଗଡ଼ା ପରେ କେଦାରଙ୍କ ସ୍ତ୍ରୀ ଦୁଇ ଝିଅଙ୍କୁ ଧରି ତାଙ୍କ ବାପ ଘରକୁ ପଳାଇଥିଲେ। କେଦାରଙ୍କ ଶ୍ୱଶୁର ଘର କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ନିକଟ ଗଦାପୁରରେ। ୨୪ ତାରିଖ ସକାଳେ କେଦାର ସ୍ତ୍ରୀ ଓ ଦୁଇ ଝିଅଙ୍କୁ ଦେଖା କରିବା ପାଇଁ ଗଦାପୁର ଯାଇଥିଲେ। ଏନେଇ ସେ ତାଙ୍କ ଭାଇ ପୂର୍ଣ୍ଣ ପାତ୍ରଙ୍କୁ ମଧ୍ୟ ସୂଚନା ଦେଇଥିଲେ। ଏପରିକି ୨୬ ତାରିଖ ସକାଳେ କେଦାରଙ୍କ ଜଣେ ସାଙ୍ଗ ମଧ୍ୟ ତାଙ୍କୁ ଗଦାପୁରରେ ଦେଖିଥିବା କଥା ପୂର୍ଣ୍ଣ ପାତ୍ରଙ୍କୁ କହିଥିଲେ। କିନ୍ତୁ ଗତକାଲି ରାତିରେ ଭଞ୍ଜନଗର ମୁଖ୍ୟ ଡାକ କାର‌୍ୟ୍ୟାଳୟ ସମ୍ମୁଖରେ କେଦାର କ୍ଷତବିକ୍ଷତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। କେଦାରଙ୍କ ଭାଇ ପୂର୍ଣ୍ଣ ପାତ୍ର ତାଙ୍କୁ ସେଠାରୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କେଦାରଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ସନ୍ଦେହ କରି ପୂର୍ଣ୍ଣ ପାତ୍ର ଥାନାରେ ଏକ ଏତଲା ଦେଇଛନ୍ତି। ତେବେ ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Share This Article
Leave a Comment