ଭୁବନେଶ୍ୱର ; ପ୍ରେମ କରି ବିବାହ କରିବାର ପ୍ରତିଶୃତି ଦେଇ ପ୍ରେମିକାର ଜୀବନ ନେଇଛି ପ୍ରେମିକ । ପ୍ରେମିକାର ମୁଣ୍ଡ କାଟି ହତ୍ୟା କରିବା ସହ ମୃତଦେହକୁ ଚନ୍ଦକା ଜଙ୍ଗଲରେ ଫିଙ୍ଗି ଦେଇଥିଲା ସୈ÷ତାନ ପ୍ରେମିକ ।
ସୂଚନାନୁଯାୟୀ, ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳର ସସ୍ମିତା ବିଶ୍ୱାଳ ନାମକ ଜଣେ ଯୁବତୀ ନିଖୋଜ ହେବା ନେଇ ଗତ ୧୫ ତାରିଖରେ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଖୋଳତାଡ କରି ଯୁବତୀଙ୍କୁ ନେଇ ଫେରାର ହୋଇଥିବା ପ୍ରେମିକ ଯୁଧିଷ୍ଟିର ସ୍ୱାଇଁକୁ ଗିରଫ କରିଥିଲା । ଆଉ ଜେରା ବେଳେ ସସ୍ମିତାକୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା ଯୁଧିଷ୍ଟିର । କେବଳ ଏତିକି ନୁହେଁ କିପରି ପ୍ରେମିକାକୁ ହତ୍ୟା କଲା ତା’ର ଡେମୋ ମଧ୍ୟ ଦେଖାଇଥିଲା । ତେବେ ଆଜି ଅଭିଯୁକ୍ତକୁ ସାଙ୍ଗରେ ନେଇ ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ପୁଲିସ ଚନ୍ଦକା ଜଙ୍ଗଲରୁ ମୁଣ୍ଡକଟା ମୃତଦେହ ଉଦ୍ଧାର କରିଛନ୍ତି ।
ପ୍ରେମିକାର ତଣ୍ଟି କାଟି ହତ୍ୟା କଲା ଜଘନ୍ୟ ପ୍ରେମିକ !

Leave a comment
Leave a comment