ତନ୍ତ୍ର ସାଧକ ଜେଜେଙ୍କୁ ଆଜୀବନ କାରାଦଣ୍ଡ !

Odisha Hot News
1 Min Read


ବାଲେଶ୍ୱର ; ତନ୍ତ୍ର ସାଧକ ଜେଜେଙ୍କୁ ମିଳିଲା ନୂଆ ଜୀବନ । ନାତୁଣିକୁ ତନ୍ତ୍ର ସାଧନା ପାଇଁ ବଳି ଦେଇଥିବାରୁ ଶେଷରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଜେଜେ । ସୂଚନାନୁଯାୟୀ,୨୦୧୭ ରେ ବାଲେଶ୍ୱର ଜିଲା୍ଲ ଔପଦା ଥାନା ବଧି ଗ୍ରାମର ମଦନ ସୂତାର ନିଜ ବଡଭାଇର ପୁଅ କମଳାକାନ୍ତ ସୂତାରଙ୍କ ଝିଅ ଜସ୍ମିନ ସୂତାରକୁ ଏପ୍ରିଲ ୩ ତାରିଖ ୨୦୧୭ ମସିହାରେ ହତ୍ୟାକରିଥିଲେ । ନିଜର କାଳୀ ସାଧନାକୁ ଚରିତାର୍ଥ କରିବା ପାଇଁ ଘରେ କେହିନଥିବାର ସୁଯୋଗ ନେଇ ନାତୁଣୀର ହାତକୁ ଛୁରୀରେ କାଟିବା ସହ ଏକ କଳା ସୂତାରେ ତାର ତଣ୍ଟିକୁ ଚିପି ମାରିଦେଇଥିଲେ ଏବଂ ପରେ ନିଜ ବାଡିପଟ କୁଟା ବୁଦା ମୂଳେ ଶବକୁ ଲୁଚାଇ ରଖିଥିଲେ । କିନ୍ତୁ ଏବିଷୟରେ ପରିବାର ଲୋକେ ଏବଂ ପୋଲିସ କøଣସି ଟେର ପାଇନଥିଲେ । କିନ୍ତୁ ପରେ ମଦନଙ୍କ କାର୍ଯ୍ୟକଳାପ ଏବଂ ନିଜ ପରିବାରକୁ ଅନ୍ୟତ୍ର ପଠାଉଥିବାର ଦେଖି ଲୋକମାନେ ସନ୍ଦେହ କରିବା ସହ ମଦନଙ୍କ ସାନ ପୁଅ ରିଙ୍କୁ ସୂତାରଙ୍କୁ ଧରି ପଚରାଉଚରା କରିବା ପରେ ରିଙ୍କୁ ସବୁ ସତ ମାନିବା ସହ ତାଙ୍କ ବାପା ହିଁ ହତ୍ୟାକାରୀ ବୋଲି ସ୍ୱୀକାର କରିଥିଲେ । ତେବେ ପୋଲିସ ମୃତ କୁନିଝିଅର ବାପା କମଳାକାନ୍ତଙ୍କ ଏଫଆଇଆର କ୍ରମେ ମଦନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ ଏବଂ ଶେଷରେ ଦୀର୍ଘ ଦେଢ ବର୍ଷ ହତ୍ୟାକରୀ ଜେଜେ ବାପା ମଦନ ସୂତାରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ବାଲେଶ୍ୱର ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୨ର ଜଷ୍ଟିସ ଦେବାଶିଷ ରାଉତ ।

Share This Article
Leave a Comment