ଭଦ୍ରକ: ପୂର୍ବ ସୂଚନା ଅନୁସାରେ ଭଦ୍ରକ ଜିଲାରେ ଏକ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଆଜି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚତୁର୍ଥ ଦାବିପତ୍ର ପ୍ରଦାନ କରାଯାଇଛି । ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷାର ଆବଶ୍ୟକତା ଓ ଭିତ୍ତିଭୂମି ଥିବା ସତ୍ୱେ ଏହି ପ୍ରସଙ୍ଗକୁ ଏକ ବୈମାତୃକ ମନୋଭାବ ପୋଷଣ କରି ଅଣଦେଖା କରାଯାଇଛି । ଆମର ଏ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ପଲେଇ କହିବା ସହ ଆସନ୍ତାମାସ ଠାରୁ ଏଥିପାଇଁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ୧ ଘଣ୍ଟିଆ ଗଣଧାରଣା ଦିଆଯିବାର ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ନରନାରାୟଣ ଜେନା, ବିଭୂତି ସାହୁ, ଅରୁଣ ମଜୁମଦାର, ଗୌରାଙ୍ଗ ବାରିକ, କୁଟିଆ ନାୟକ, ସେକ୍ ଜଫିର, ସେକ୍ ପପୁ, ସେକ୍ ସୁବାନ, ସେକ୍ ସୁଲେମାନ, ପ୍ରଭା, ମନୋଜ ପଣ୍ଡା, ଟୁକୁ ସାହୁ, ଅନନ୍ତ, ନରେନ୍ଦ୍ର ସାହୁ, ରଣଜିତ୍ ନାୟକ, ସୁନା ପରିଡା, ଯତିନ, ମନୋଜ ଯତି, ଗିରିଶି ପଣ୍ଡା, ଚିଦା ବାରିକ, ଉଜ୍ଜ୍ୱଳ, ମାଧ ସାହୁ, ସଂଜୀବ ମହାନ୍ତି, ପର୍ଶୁରାମ ସେଠୀ, ବାବୁଲି ପାଣିଗ୍ରାହୀ, ଜିତେନ୍ଦ୍ର ପାଣିଗ୍ରାହୀ, ନଦିଆ ବିହାରୀ ବେହେରା, କଲ୍ଲୋଲ ଲେଙ୍କା, ସେକ୍ ତନବୀର, ଦେବଦତ୍ତ ରାଉତରାୟ, ଲଲାଟ ନନ୍ଦ ପ୍ରମୁଖ ଉପସ୍ଥିତ ଉକ୍ତ ଦାବିକୁ ଦୃଢ ସମର୍ଥନ କରିଥିଲେ ।
ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠ ଦାବି

You Might Also Like
- Advertisement -
Comment