[ad_1]
ଭୁବନେଶ୍ୱର: ଟିକା ପାଇଁ ବାଜିଲା ସ୍ୱାସ୍ଥ୍ୟ ବିଭାଗର ଘଣ୍ଟି। ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି। ତୁରନ୍ତ ଟିକା ନେବାକୁ ସମସ୍ତଙ୍କୁ ଅପିଲ କରିଲା ସ୍ୱାସ୍ଥ୍ୟ ବିଭାଗ। ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ଥିବାରୁ ତୁରନ୍ତ ଟିକା ନେଇଯିବା ଲାଗି ସମସ୍ତଙ୍କୁ ଅପିଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭୫ ଭାଗ ଲୋକ ପ୍ରିକସନ ଡୋଜ ନେଇ ନାହାନ୍ତି। ଅର୍ଥାତ ୨ କୋଟି ୪୦ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ। ରାଜ୍ୟରେ ମାତ୍ର ୮୦ ଲକ୍ଷ ୯୦ ହଜାର ୩୮୬ ଜଣ ନେଇଛନ୍ତି ପ୍ରିକସନ ଡୋଜ। ଦ୍ୱିତୀୟ ଡୋଜ ନେବାକୁ ଭୁଲି ଯାଇଛନ୍ତି ୨୩ ଲକ୍ଷ ୩୨ ହଜାର ଲୋକ। ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଟିକା ନେବା ପାଇଁ ଲୋକେ ଆଗ୍ରହ ଦେଖାଉ ନାହାନ୍ତି।
[ad_2]
Source link

Comment