[ad_1]
ଭଦ୍ରକ: ଭଦ୍ରକ ଜିଲା ଧାମରା ଠାରେ ୮କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଅତ୍ୟାଧୁନିକ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେବ । ଏ ନେଇ ଧାମରା ମୌଜାରେ ଥିବା ପ୍ଲଟ ନଂ ୩୩୪ , ୩୩୬ ଏବଂ ନିକଟବର୍ତୀ ଇଲାକାରେ ୫ଏକର ପରିମିତ ଅଂଚଳରେ ଏହି ବସଷ୍ଟାଣ୍ଡ ନିର୍ମାଣ ହେବା ସହ ବସଷ୍ଟାଣ୍ଡ ପରିସର ମଧ୍ୟରେ ଏହି ଅଂଚଳରେ ଥିବା ଅସ୍ଥାୟୀ ଦୋକାନୀ ମାନଙ୍କୁ ସ୍ଥାୟୀ ଦୋକାନ ଗୃହ ଯୋଗାଇ ଦିଆଯିବ ବୋଲି ସରକାର ସ୍ତିରୀକୃତ କରିଥିଲେ ।ଏଥିପାଇଁ ଟେଣ୍ଡର ହେବା ସହ ଟେଣ୍ଡର ନେଇଥିବା ଠିକାଦାର ଆସି କାର୍ଯ୍ୟ ଆରମ୍ଭ କରିବା ପରେ ପୁନଶ୍ଚ ବିବାଦ ଦେଖାଦେଇଥିଲା । କେତେବେଳେ ରାସ୍ତା ଦକ୍ଷିଣ ପାଶ୍ୱର୍ରେ ତ ଆଉ କେତେବେଳେ ରାଜରାସ୍ତାର ବାମପାଶ୍ୱର୍ରେ ଏହି ବସଷ୍ଟାଣ୍ଡ ନିର୍ମାଣ ହେବ ବୋଲି ଦାବୀ ହେବା ସହ ଟେଣ୍ଡର ନେଇଥିବା ଠିକାସଂସ୍ଥା ନିଜର ମନମାନୀରେ କାର୍ଯ୍ୟ କରିବାକୁ ନେଇ ବିବାଦ ଦେଖା ଦେଇଥିଲା । ଗତ ୨୧ ଜୁଲାଇ ରେ ଭଦ୍ରକ ଏଡିଏମ ଶାନ୍ତନୁ ମହାନ୍ତି ଆସି କ୍ଷେତ୍ରୀୟ ପରିଦର୍ଶନ କରିବା ସହ ସଂପୃକ୍ତ ଠିକା ସଂସ୍ଥାକୁ ଏହି ବସଷ୍ଟାଣ୍ଡରେ ଥିବା ଏକ ପୋଖରୀକୁ ପୋତିବା ପରେ ତୁମେ ବସଷ୍ଟାଣ୍ଡ କାର୍ଯ୍ୟ ଆରମ୍ଭ କରିବାକୁ ଲିଖିତି ନିର୍ଦେଶ ଦେଇଥିଲେ ମାତ୍ର ସେହି ନିର୍ଦେଶକୁ ଫୁ କରି ଠିକାସଂସ୍ଥା ପୁନଶ୍ଚ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାକୁ ଅଂଚଳବାସୀ ବିରୋଧ କରିବା ପରେ କାର୍ଯ୍ୟ ବନ୍ଦ ହୋଇ ରହିଥିଲା । ଆଜି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଙ୍କ ସହ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ,ତହସିଲ ସୁପରଭାଇଜର ଦାଶରଥି ଦାସ, ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ସହକାରୀ ଯନ୍ଥ୍ରୀ କାର୍ତିକ ମହାରଣା,ଧାମରା ରାଜସ୍ୱ ନିରୀକ୍ଷକ ତୁଷାର ରଞ୍ଜନ ମହାପାତ୍ର,ଠିକା ସଂସ୍ଥାର କନିଷ୍ଠଯନ୍ତ୍ରୀ ଏବଂ ରାସ୍ତା କାର୍ଯ୍ୟକୁ ତଦାରଖ କରୁଥିବା ସଂସ୍ଥାର ଅଧିକାରୀ ।ମନେ ଉପସ୍ଥିତ ଥିଲେ । ଏଥିସହ ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ପାଇଁ ଅଧିକ ବ୍ୟୟଭାର ହେଲେ ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ପୁନଶ୍ଚ ଏହି ଆକଳନ ବଢାଇବ ବୋଲି ଭଦ୍ରକ ଜିଲ୍ଲାପାଳ ବାଣିଜ୍ୟ ବିଭାଗର ସେକ୍ରେଟାରୀଙ୍କ ସହ କଥା ମଧ୍ୟ ହୋଇଥିଲେ । ଆଗାମୀ ଦିନରେ ସଂପୃକ୍ତ ଠିକାସଂସ୍ଥା ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାୟୀ କାର୍ଯ୍ୟ କରିବା ଅଥବା ପୁନଶ୍ଚ ନିଜ ଇଛାରେ କାର୍ଯ୍ୟ କରିବ ତାହା ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।ଏହି ବସଷ୍ଟାଣ୍ଡ ନିର୍ମାଣ ହେଲେ କେବଳ ଭଦ୍ରକ ଜିଲ୍ଲାର ବାସିନ୍ଦା ନୁହନ୍ତ କେନ୍ଦ୍ରପଡା ଜିଲ୍ଲାବାସୀ ମଧ୍ୟ ଉପକୃତ ହେବେ ବୋଲି ଜଣାଯାଇଛି । ଏହି ବସଷ୍ଟାଣ୍ଡ ଉପରେ ସମସ୍ତ ପରିବହନ ବ୍ୟବସ୍ଥା ନିର୍ଭର କରୁଛି ଯାହା ଫଳରେ ଆଗାମୀ ଦିନରେ ଧାମରା, କାଳିନାଳୀ ଏବଂ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଠାରେ ହେବାକୁ ଥିବା ଏରୋଫାକ୍ସ ଜେଟି ନିର୍ମାଣ ମଧ୍ୟ ନିର୍ଭର କରୁଛି ।
[ad_2]
Source link
Comment