ଭଦ୍ରକ: ଜାତୀୟ ରାଜପଥ ପ୍ରାଧିକରଣର ଦୂରଦୃଷ୍ଟି ଅଭାବ ପାଇଁ କେବଳ ଚରମ୍ପା ନୁହେଁ । ନିକଟବର୍ତ୍ତୀ ୧୫ଟି ପଞ୍ଚାୟତବାସୀ ନର୍କ ଯନ୍ତ୍ରଣା ଭୋଗୁଥିଲେ । କାରଣ ଚରମ୍ପା ଭଦ୍ରକ ସହରର ଏକ ପ୍ରମୁଖ ଅଂଚଳ ହୋଇଥିଲେ ମଧ୍ୟ ରଚମ୍ଫା ବଜାରର ଛାତି ଚିରି ଯାଇଥିବା ଜାତୀୟ ରାଜପଥ ଉପରେ ଏକ ସଂକୀର୍ଣ୍ଣ ଗଳାପୋଲ ରହିଥିଲା । ଏହି ଗଳାପୋଲ ମଧ୍ୟ ଦେଇ ଏକ ୧୦୮ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନଥିଲା । ଏହାବ୍ୟତୀତ ଭଦ୍ରକ ରେଳ ଷ୍ଟେସନର ଗୋଦାମରୁ ପରିବହନ କରୁଥିବା ଟ୍ରକ୍ ସବୁ ଉକ୍ତ ଗଳାପୋଲ ଦେଇ ଅତିକ୍ରମ କରିବା ଅସମ୍ଭବ ଥିବାରୁ ସେଗୁଡିକ ଲୋକାଲ ରୋଡ୍ ଦେଇ ଚଳପ୍ରଚଳ କରୁଥିଲା । ଯାହାକି ଚରମ୍ପା ବଜାରରେ ଉତ୍କଟ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିଲା । ଯାହାକି ଚରମ୍ପା ବଜାରରେ ଉତ୍କଟ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିଲା । ତେବେ ଜାତୀୟ ରାଜପଥର ସଂପ୍ରସାରଣ ସମୟରେ ୬ ଲେନ୍ କରିବାକୁ ଯାଇ କର୍ତ୍ତୃପକ୍ଷ ଚରମ୍ପା ବଜାର ହୋଇ ଯାଇଥିବା ମୁଖ୍ୟ ରାଜପଥକୁ ଭୁଲି ଯାଇଥିଲେ । ଏହି ସମୟରେ ପ୍ରାକ୍ତନ ବିଧାୟକ ନରେନ ପଲେଇଙ୍କ ଉଦ୍ୟମ କ୍ରମେ ଏକ ଗଳାପୋଲ ସଂପ୍ରସାରଣ କମିଟି ଗଠିତ ହୋଇ ଚରମ୍ଫା ବଜାର ଗଳାପୋଲର ଉଚ୍ଚତା ଓ ଓସାର ବୃଦ୍ଧି କରିବାକୁ ଦାବି କରାଯାଇଥିଲା । ଏହି ଯଥାର୍ଥ ଦାବି ନେଇ ସମଗ୍ର ଚରମ୍ପା ଅଂଚଳବାସୀ ଏକ ହୋଇଥିଲେ । ଏଥି ନିମିତ୍ତ ବ୍ୟାପକ ଆନ୍ଦୋଳନ ମଧ୍ୟ ସ୍ଥାନୀୟ ଅଂଚଳରେ ଆରମ୍ଭ ହୋଇଥିଲା । ଏପରିକି ଜାତୀୟ ରାଜପଥ ଅବରୋଧ ପର୍ଯ୍ୟନ୍ତ କଥା ଯାଇଥିଲା । ଶେଷରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଞ୍ଚଳବାସୀଙ୍କ ଯଥାର୍ଥ ଯୁକ୍ତିକୁ ମାନିବାକୁ ବାଧ୍ୟ ହୋଇଥିଲେ । ତେଣୁ ଏଠାରେ ଥିବା ଗଳାପୋଲର ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାକି ଗତ ରବିବାର ଠାରୁ ୧୬ନଂ ଜାତୀୟ ରାଜପଥ ଚରମ୍ଫା ବଜାର ଠାରେ ଥିବା ସଂପ୍ରସାରିତ ଗଳାପୋଲ କାର୍ଯ୍ୟକ୍ଷମ ହୋଇଛି । ଫଳରେ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରୁ ଗାଡି ଚଳାଚଳ ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ପୂର୍ବରୁ ଗଳାପୋଲର ଉଚ୍ଚତା ୯ ଫୁଟ୍ ଓ ଓସାର ୨୦ ଫୁଟ୍ ରହିଥିବାବେଳେ ଏବେ ସଂପ୍ରସାରିତ ବ୍ରିଜ୍ର ଉଚ୍ଚତା ୧୮ ଫୁଟ୍ ଓ ଓସାର ଏକଶହ ଫୁଟ୍ ହୋଇଛି । ୨୦୨୦ ମସିହା ଜୁନ୍ ମାସ ୧୯ ତାରିଖ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହା ସଂପୂର୍ଣ୍ଣ ହୋଇ ଗତକାଲି ଠାରୁ କାର୍ଯ୍ୟକ୍ଷମ ହୋଇଛି । ଏହି ପୋଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ପୋଲ ଦେଇ ପ୍ରାୟ ୧୫ ଟି ପଂଚାୟତବାସୀ ନିର୍ଭରଶୀଳ । କିନ୍ତୁ ଏହାର ଉଚ୍ଚତା କମ୍ ଥିବା କାରଣରୁ ବ୍ୟାପକ ଟ୍ରାଫିକ୍ ସମସ୍ୟା ଚରମ୍ପା ବଜାରରେ ସୃଷ୍ଟି ହେଉଥିଲା । ଉକ୍ତ ପୋଲର ସଂପ୍ରସାରଣ ପାଇଁ ବହୁ ବ୍ୟବସାୟୀଙ୍କୁ ଉଚ୍ଛେଦ ହେବାକୁ ପଡିଛି । ପୂର୍ବରୁ କମ୍ ଉଚ୍ଚତା ପୋଲ ଭଙ୍ଗାଯାଇ ନୂତନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଦୀର୍ଘ ୨ ବର୍ଷ ଧରି ଚରମ୍ପା ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତଥାପି ସେମାନେ କୌଣସି ପ୍ରତିବାଦ କରିନଥିଲେ । ଏବେ ପରିସ୍ଥିତି ସ୍ୱାଭାବିକ ହୋଇଛି । ଅଂଚଳବାସୀଙ୍କ ଦୀର୍ଘଦିନର ଦାବି ବାସ୍ତବ ରୂପ ନେଇଛି । ଏଥିନିମିତ୍ତ ଶ୍ରୀ ପଲେଇ ଗଳାପୋଲ ସଂପ୍ରସାରଣ କମିଟିର ସମସ୍ତ ସଦସ୍ୟ, ଅଂଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
କାର୍ଯ୍ୟକ୍ଷମ ହେଲା ଚରମ୍ପା ଗଳାପୋଲ – Fast News Network

You Might Also Like
- Advertisement -
Comment