[ad_1]
ଇସ୍ଲାମାବାଦ : ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ଏବର୍ଷ ଭୟଙ୍କର ବନ୍ୟା ହୋଇଛି । ଏହି ବନ୍ୟା ଫଳରେ ଏପର୍ଯ୍ୟନ୍ତ ପ୍ରାୟ ୯୩୭ ଜଣ ଲୋକ ମୃତ୍ୟୁବରଣ କରିସାରିଲେଣି । ଆହୁରି ଦୁଃଖର କଥା ହେଉଛି ଏହି ମୃତକଙ୍କ ମଧ୍ୟରେ ୩୪୩ ଜଣ ଶିଶୁ ଅଛନ୍ତି । ଏହି ବନ୍ୟାରେ ପ୍ରାୟ ୩ କୋଟି ଲୋକ ବାସହୀନ ହୋଇପଡ଼ିଛନ୍ତି । ଏହି ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଏହାକୁ ପାକ ସରକାର ଜଳବାୟୁ ଜନିତ ମାନବୀୟ ସଂକଟ ବୋଲି ଘୋଷଣା କରିଛନ୍ତି ।
ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ପାକିସ୍ତାନରେ ଥିବା ସିନ୍ଧ ପ୍ରଦେଶ । ଜୁନ ୧୪ରୁ ଏପର୍ଯ୍ୟନ୍ତ କେବଳ ଏହି ପ୍ରଦେଶରେ ମୃତ୍ୟୁସଂଖ୍ୟା ୩୦୬ରେ ପହଞ୍ଚିଛି । ଏହି ପ୍ରଦେଶର ୨୩ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ ବେଲୁଚିସ୍ତାନରେ ୨୩୪ ଜଣ, ଖ୍ବାଇବର ପଖତୁନଖ୍ବାବାରେ ୧୮୫ ଜଣ ଓ ପଂଜାବରେ ୧୬୫ ଜଣ ପ୍ରାଣ ହରାଇଛନ୍ତି । ପିଓକେରେ ୩୭ ଜଣ ମୃତ୍ୟୁବରଣ କରିଛନ୍ତି ।
ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏନଡିଏମଏର ସୂଚନା ଅନୁସାରେ ଅଗଷ୍ଟ ମାସରେ ପାକିସ୍ତାନରେ ସାଧାରଣତଃ ୪୮ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଏବର୍ଷ ରେକର୍ଡ ୧୬୬ ମିଲିମିଟର ବର୍ଷା ହୋଇଛି । ଏହି କାରଣରୁ ଏପରି ବନ୍ୟା ଦେଖାଦେଇଛି । ପାକିସ୍ତାନରେ ଆର୍ଥିକ ସଂକଟ ଚାଲିଥିବାବେଳେ ଏହି ବନ୍ୟା ସରକାରଙ୍କ ସମସ୍ୟା ବଢାଇଦେଇଛି । ପ୍ରବାସୀ ପାକିସ୍ତାନୀ ଓ ଅନ୍ୟ ମାନଙ୍କୁ ସହାୟତା ପାଇଁ ପାକ ସରକାର ନିବେଦନ କରିଛନ୍ତି ।
[ad_2]
Source link
Comment