ଜୟ ଭାରତ ଫାଉଣ୍ଡେସନ୍‌ର ୨୩ତମ ଭାରତ ପ୍ରତିଭା ସମ୍ମାନ ୩୧ରେ

Odisha Hot News
3 Min Read

[ad_1]

କଟକ: ଦେଶରେ ଓଡିଶାର ମାନକୁ ଉଚ୍ଚା କରିଥିବା ଅନନ୍ୟ ପ୍ରତିଭାଙ୍କୁ ପ୍ରତିବର୍ଷ ପରି ଚଳିତବର୍ଷ ‘ଜୟ ଭାରତ ଫାଉଣ୍ଡେସନ୍‌’ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ସଂଯୋଗବଶତଃ ଗଶେଣ ଚତୁର୍ଥୀ ଅବସରରେ ଭାରତ ମସଲା ଏହି ଦିନ ମସଲା ଜଗତରେ ପାଦ ଥାପିଥିଲା। ସେହିଦିନ ଠାରୁ ଦୀର୍ଘ ୨୩ବର୍ଷ ଧରି ଭାରତ ମସଲା ବିଭିନ୍ନ କ୍ଷତ୍ରରେ ପାରିଦର୍ଶିତା ଲାଭ କରିଥିବା ବିଭିନ୍ନ ପ୍ରତିଭାମାଙ୍କୁ ଏହି ସମ୍ବର୍ଦ୍ଧନା ଦେଇ ନିରନ୍ତର ଭାବେ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଉଦ୍ୟମ କରି ଆସିଛି। ଚଳିତବର୍ଷ ଦେଶ ପାଇଁ ବ୍ୟାଡମିଣ୍ଟନ ଖେଳି ସ୍ବର୍ଣ୍ଣପଦକ ହାସଲ କରିଥିବା ପାରା ଅଲମ୍ପିୟାଡ ପ୍ରମୋଦ ଭଗତଙ୍କୁ ‘ଭାରତ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଫାଉଣ୍ଡେସନର ଜୁରୀ କମିଟି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ସେହିପରି ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଥାକାର ପ୍ରଫେସର ଡ. ଦାଶରଥି ଦାସଙ୍କୁ ‘କଥା ଭାରତ’, ପ୍ରଶାସନିକ ସେବା କ୍ଷେତ୍ରରେ ଓଡିଶାର ସମ୍ମାନକୁ ଦେଶରେ ଉଚ୍ଚା ରଖିଥିବା ଓଡିଆ ପୁଅ ଆଇଆରଏସ୍‌ ମନୋରଞ୍ଜନ ପ୍ରାଣିଗ୍ରାହୀଙ୍କୁ ‘ସେବା ଭାରତ’, ମହିଳା କ୍ରିକେଟ୍‌ ଖେଳରେ ଭାରତ ପାଇଁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ଝିଅ ମଧୁସ୍ମିତା ବେହେରାଙ୍କୁ ‘କ୍ରୀଡା ଭାରତ’, ଓଡିଶା ସିନେ ଜଗତକୁ ପ୍ରତ୍ୟେକ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଭେଟେରାନ କଳାକାର ତଥା ପ୍ରଯୋଜକ, ନିର୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ‘ସଂସ୍କୃତି ଭାରତ’, ସମ୍ମାନ ପ୍ରଦାନ କରାଯିବ। ବିଶେଷକରି ଯୁକ୍ତ ୨ର ବାଣିଜ୍ୟ, କଳା ଏବଂ ବିଜ୍ଞାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉତ୍କର୍ଷତା ପ୍ରତିପାଦନ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଶୁଭଶ୍ରୀ ପଟ୍ଟନାୟକ, ପ୍ରିୟଙ୍କା ସାହୁ ଏବଂ ଜିତେନ ମହାଳିକଙ୍କୁ ‘ବିଦ୍ୟା ଭାରତ’ ସମ୍ମାନରେ ସମ୍ମାନିତ ସହ ପ୍ରୋତ୍ସାହନ ରାଶି ଆସନ୍ତା ୩୧ ତାରିଖ ଗଣେଶ ଚତୁର୍ଥୀ ଅବସରରେ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯିବ ବୋଲି ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଭାରତ ମସଲା କମ୍ପାନୀର ପରିଚାଳନା ନିର୍ଦେଶକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ କହିଥିଲେ ଯେ, ପୂଜ୍ୟପୂଜାର ପରମ୍ପରା ଓ ସଂସ୍କୃତିକୁ ଜୟ ଭାରତ ଫାଉଣ୍ଡେସନ ଦୀର୍ଘ ୨୩ ବର୍ଷ ଧରି ମହାସମାରୋହରେ ପାଳନ କରିଆସୁଛି। କେବଳ ମହାମାରୀ ବେଳେ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ଆମେ ଏହି ସମାରୋହକୁ କାଣ୍ଟଛାଣ୍ଟ୍‌ରେ ସୀମିତ ରଖିଥିଲୁ। ଚଳିତ ବର୍ଷ ଜୁରୀ କମିଟିର ନିଷ୍ପତ୍ତି କ୍ରମେ ବିଭିନ୍ନ ସୁନାମ ଅର୍ଜନ କରିଥିବା ଓଡିଶାର ପ୍ରତିଭାମାନଙ୍କୁ ଆମେ ସମ୍ବର୍ଦ୍ଧିତ କରିବୁ ବୋଲି ନିଷ୍ପତ୍ତି ହୋଇଛି। ଏହି ସମାରୋହରେ ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଉଦ୍‌ଘାଟକ ଓ ଗ୍ରାମ୍ୟ, ଦକ୍ଷତା, ବୈଷୟିକ ଶିକ୍ଷା ବିକାଶ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇ ମୁଖ୍ୟ ଅତିଥି, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀକୁ ବିଶିଷ୍ଟ ବାଗ୍ମୀ ଶରଣାରବିନ୍ଦ ଓଝା ସଂଯୋଜନା କରିଥିଲା ବେଳେ ଜେନେରାଲ ମ୍ୟାନେଜର ଅଶ୍ୱିନୀ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦେଶକ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନିର୍ଦେଶିକା ନମିତା ପଣ୍ଡା, ନନ୍ଦିତା ପଣ୍ଡା, ଜେନେରାଲ ମ୍ୟାନେଜର ଅପରେସନ ଅରୁଣ କୁମାର ନାୟକ, ଜେନେରାଲ ମ୍ୟାନେଜର ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

[ad_2]

Source link

Share This Article