ଭଦ୍ରକ: ଏବେ ସବୁଠି ବନ୍ୟାର କୋପ ଦେଖିବାକୁ ମିଳୁଛି । ଏଥିରୁ ବାଦ ପଡ଼ି ନାହିଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ପ୍ରାୟ ୨୬ଟି ପଞ୍ଚାୟତ । ବୈତରଣୀ ନଦୀର ଶାଖା ନଦୀ ମାନଙ୍କରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ବହୁ ପଞ୍ଚାୟତ ଜଳମଗ୍ନ ହୋଇଛି । ଏବେ ଜଳସ୍ତର ଖସିବାକୁ ଲାଗିଛି ସତ । କିନ୍ତୁ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗକୁ ଆହୁରି ୨ଟି ଲଘୁଚାପ ଆସୁଛି । ଏହାଦ୍ୱାରା ବ୍ୟାପକ ଅଞ୍ଚଳରେ ଜଳ ବିଭୀଷିକା ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ବ୍ଲକର କାସିମପୁର ପଞ୍ଚାୟତରେ ଦେଖାଦେଇଥିବା ବନ୍ୟ।। ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି ପଞ୍ଚାତବାସୀ ଅଭିଯୋଗ କରିଛନ୍ତି । ପ୍ରତ୍ୟେକ ଗ୍ର୍ରାମ ସହିତ ପଞ୍ଚାତ ମୁଖ୍ୟ କାର୍ଯ୍ୟାଳୟକୁ ସଂଯୋଗ କରିବା ତଥା ଗମନାଗମନର ସୁବିଧା ପାଇଁ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏକ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇ ଟେଣ୍ଡର ହୋଇଥିଲା । ଏହି ରାସ୍ତା କାସିମପୁର ଛକ ଠାରୁ ପଛାଲୋ, ବମକୁରା ଓ ଖଡ଼ୀମାହାରା ପର୍ଯ୍ୟନ୍ତ ଲମ୍ବିଥିବା ୪ କିଲୋମିଟର ଶହେ ମିଟର ଓ ଏଥି ନିମିତ୍ତ ୩କୋଟି ୪ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ୨୦୨୦ ମସିହା ଡିସେମ୍ବର ମାସରୁ ଟେଣ୍ଡର ପାଇଥିବା ଠିକାଦାର ନିତ୍ୟାନନ୍ଦ ଦାସ କାର୍ଯ୍ୟ ଆରମ୍ଭ କରିଥିଲେ । ୨୦୨୧ ମସିହା ନଭେମ୍ବର ମାସ ୨୮ ତାରିଖ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଠିକାଦାର ବିଭାଗ ସହିତ ଚୁକ୍ତିନାମା କରିଥିଲେ । ଚୁକ୍ତିନାମାର ୧୦ ମାସ ପରେ ମଧ୍ୟ ଉକ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ । ତଥାପି ଉକ୍ତ ଏଷ୍ଟିମେଟ ସମୟରେ ବହୁ ବୈଷୟିକ ଦିଗ ପ୍ରତି ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇନଥିଲା । ରେବ ଓ କପାଳୀ ନଦୀର ସଂଯୋଗସ୍ଥଳ ଠାରୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ୍ୟ ଆରମ୍ଭ ହୋଇଥିବାରୁ ବହୁ ଗ୍ରାମବାସୀ ସଂପୃକ୍ତ ଅଞ୍ଚଳରେ ଅନ୍ୟ ଦିଗରୁ ଆସୁଥିବା ବୈତରଣୀ ନଦୀର ବନ୍ୟ୍ୟା ଜଳର ନିଷ୍କାସନ ପାଇଁ ଅଧିକ କଲଭର୍ଟ କରିବାକୁ ଓ ବଡ ହ୍ୟୁମ୍ ପାଇପ ବସାଇବାକୁ ତତ୍କାଳନୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଅନୁରୂପ ଉକ୍ତ ରାସ୍ତାର ଝଳି ଠାରେ ମଧ୍ୟ ଅଧିକ କଲଭର୍ଟ ନିର୍ମାଣ ପାଇଁ ଦାବି କରିଥିଲେ । କିନ୍ତୁ ପ୍ରତିଶୁତି ମିଳିଥିଲେ ମଧ୍ୟ ବିଭାଗ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦିଆଯାଇନଥିଲା ।
ଏହାବ୍ୟତୀତ ଯେତିକି ବି ରାସ୍ତା କାର୍ଯ୍ୟ ହୋଇଛି ତାହା ସମ୍ପୂର୍ଣ୍ଣ ନିମ୍ନମାନର ବୋଲି ଗ୍ର୍ରାମବାସୀ ଅଭିଯୋଗ କରିଛନ୍ତି । ଏହାବ୍ୟତୀତ ଚଳିତଥର ଆସିଥିବା ସାମାନ୍ୟ ବନ୍ୟାରେ ଉକ୍ତ ନବନିର୍ମିତ ରାସ୍ତା ଶୋଚନୀୟ ହୋଇ ପଡ଼ିଛି । ଫଳରେ ବନ୍ୟାଳୟ ନିଷ୍କାସିତ ହୋଇନପାରି ଏବେ ଉକ୍ତ ପଞ୍ଚାୟତର ପତିସାହି, ମଳିକସାହି, ଯେନା ସାହି, ହାଟୁଆ ସାହି, ସେଠୀ ସାହି, ଉଆସ ସାହିର ବହୁ ଲୋକଙ୍କ ଘରେ ବନ୍ୟାଜଳ ପ୍ରବେଶ କରିଛି ଓ ସେମାନେ ଜଳବନ୍ଦୀ ହୋଇ ରହିଛନ୍ତି । ସେହିପରି ଉକ୍ତ ପଞ୍ଚାୟତର ଏକମାତ୍ର୍ର ହାଇସ୍କୁଲ, ୨ଟି ପ୍ରାଥମିକ ବିଦ୍ୟାଳୟ ଓ ୫ଟି ଅଙ୍ଗନୱାଡ଼ି କେନ୍ଦ୍ର୍ର ବନ୍ୟା ପାଇଁ ବନ୍ଦ ରହିଛି । ଏପରିକି ଗତକାଲି ହେମେନ୍ଦ୍ର୍ର ନାଥ ଉଚ୍ଚ ବିଦ୍ୟ୍ୟାଳୟରେ ହେବାକୁ ଥିବା ମାଧ୍ୟମିକ ଶିକ୍ଷା ବୋର୍ଡ଼ ପରିଚାଳିତ ଆସେସମେଣ୍ଟ ପରୀକ୍ଷାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବାତିଲ କରାଯାଇଛି । ତେଣୁ ଏହି ପଞ୍ଚାତରେ ଯେଉଁ ବନ୍ୟା ସ୍ଥିତି ଦେଖା ଦେଇଛି ତାହା ସମ୍ପୂର୍ଣ୍ଣ ମନୁଷ୍ୟକୃତ ଓ ଏଥି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ଦାୟୀ ବୋଲି ପଞ୍ଚାୟତ ସମିତି ସଭ୍ୟ ଜ୍ୟୋତିରାଜ ନାୟକ, ଯୁବନେତା ଦେବଜ୍ୟ୍ୟୋତି ନାୟକ, ଆଲୋକ ରଂଜନ ନାୟକ, ବିରଂଚି ନାରାୟଣ ନାୟକ, ବୃଷଭାନୁ ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ସେହିପରି ଉକ୍ତ ଠିକାଦାରଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅନୁକମ୍ପା ଦେଖାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଉକ୍ତ ରାସ୍ତାର ଉଚ୍ଚତା ବୃଦ୍ଧି ସହିତ ବନ୍ୟା ଜଳ ନିଷ୍କାସନ ପାଇଁ ଅଧିକ କଲଭର୍ଟ ନିର୍ମାଣ କରିବାକୁ ଦାବି ହୋଇଛି । ଏହି ଅଭିଯୋଗ ଉପରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ ।
କାସିମପୁର ପଞ୍ଚାୟତର ବନ୍ୟା ସ୍ଥିତି ମନୁଷ୍ୟକୃତ – Fast News Network

Comment