ପୁଲୱାମା ଆକ୍ରମଣର ବଦଲା ! ଜେଶ-ଏ-ମହମ୍ମଦ ଆତଙ୍କବାଦୀ ଆଡ୍ଡା ଉପରେ ବାୟୁସେନାର ଆକ୍ରମଣ

Odisha Hot News
1 Min Read

ନୂଆଦିଲ୍ଲୀ : ଇଟାର ଜବାବ ପଥରରେ ଦେଇ ପ୍ରତିଶୋଧ ନେଇଛି ଭାରତ। ପୁଲଓ୍ଵାମା ଆକ୍ରମଣରେ ୪୦ ଯବାନ ସହିଦ ହେବା ପରେ ପୂରା ଦେଶରେ ଶୋକର ଛାୟା ଖେଳି ଯାଇଥିଲା। ପାକିସ୍ତାନର ଆଶଙ୍କା ଶେଷରେ ସତ୍ୟ ପ୍ରମାଣିତ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରରେ ଭାରତୀୟ ବାୟୁସେନା ପାକିସ୍ତାନ ସୀମାମଧ୍ୟରେ ପ୍ରବେଶ କରିବା ସହ ଆକାଶମାର୍ଗରୁ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ କରି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଗଢ଼ି ଉଠିଥିବା ଆତଙ୍କବାଦୀମାନଙ୍କର ସମସ୍ତ ଆଡ୍ଡା ଓ ଲଞ୍ଚପ୍ୟାଡ୍‌ ଉପରେ ବୋମା ପକାଇ ସେସବୁକୁ ମାଟିରେ ମିଶାଇ ଦେଇଛି।

ଭାରତୀୟ ବାୟୁସେନା ପକ୍ଷରୁ ହୋଇଥିବା ଏହି ସର୍ଜିକାଲ୍‌ ଷ୍ଟାଇକ୍‌ରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି। ୨୦ ମିନିଟ୍‌ ଧରି ଅପରେସନ ଚାଲିଥିଲା ବୋଲି ସୂଚନା ରହିଛି। ଆକ୍ରମଣ ଘଟାଇଥିବା ୧୨ଟି ଭାରତୀୟ ଯୁଦ୍ଧ ବିମାନ ମିରେଜ ୨୦୦୦ ସଂପୂର୍ଣ୍ଣ ସୁରକ୍ଷିତ ଥିବା ସୂଚନା ରହିଛି। ଭାରତୀୟ ବାୟୁସେନା ଆକ୍ରମଣରେ ଲେଜର୍‌-ଗାଇଡେଡ୍‌ ବୋମା ଓ ଏୟାର୍‌-ଟୁ-ସର୍‌ଫେସ୍‌-ମିସାଇଲ୍‌ ବ୍ୟବହାର କରିଛି।  ଭାରତୀୟ ବାୟୁ ସେନା ନିୟନ୍ତ୍ରଣ ରେଖାକୁ ଉଲଂଘନ କରିଥିବା ପାକିସ୍ତାନ ଅଭିଯୋଗ କରିଛି।  ଭାରତୀୟ ଯୁଦ୍ଧ ବିମାନ ମିରେଜ ୨୦୦୦କୁ ଯବାବ ଦେବା ପାଇଁ ପାକିସ୍ତାନର ଏଫ୍‌୧୬ ପ୍ରଥମେ ସାମ୍ନାକୁ ଆସି ପରେ ଭାରତୀୟ ବାୟୁସେନାର ଆକାର ଦେଖି ପଛ ଘୁଞ୍ଚା ଦେଇଥିଲା। ଏହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ଭାରତୀୟ ବାୟୁ ସେନାକୁ ହାଇ ଆଲର୍ଟରେ ରଖାଯାଇଛି।

Share This Article
Leave a Comment