ପ୍ରଚାର ପାଇଁ ଓଡିଶା ଆସିବେ ରାହୁଳ ଗାନ୍ଧୀ, ସାଲେପୁରରେ କରିବେ ଶୋଭାଯାତ୍ରା

Odisha Hot News
1 Min Read

ଭୁବନେଶ୍ବର: କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡିଶା ଆସିବେ ରାହୁଳ ଗାନ୍ଧୀ। ଆସନ୍ତା 28 ତାରିଖରେ ସେ ଦିନିକିଆ ପ୍ରଚାରରେ ଓଡିଶା ଆସୁଛନ୍ତି ବୋଲି କଂଗ୍ରେସ କହିଛି। ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି ଯେ, ରାହୁଳ ଗାନ୍ଧୀ ଭୁବନେଶ୍ବର ପହଞ୍ଚିବା ପରେ ସାଲେପୁର ଯିବେ।

ସାଲେପୁରରେ କଂଗ୍ରେସ ଏକ ବିରାଟ ଆୟୋଜନ କରିଛି। ସେଠାରେ ରାହୁଳ ଗାନ୍ଧୀ ପହଞ୍ଚିବା ପରେ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯିବ। ଏହାପରେ ସେ ଏକ ବିଶାଳ ଜନସମାଜକୁ ଉଦବୋଧନ ଦେବେ। ସେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିବେ।

Share This Article